Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ'

Smruti Parija
Browse all articles by Smruti Parija
·2 years ago·1 min read
'ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ'

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ଚ୍ୟାଲେଞ୍ଜକୁ ନେଇ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ । ଓଡ଼ିଶାରେ ବିଜେପି ସରକାର ନ ହେଲେ ରାଜନୀତି ଛାଡ଼ିବେ କି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ନିର୍ବାଚନୀ ସଭାରେ ଚ୍ୟାଲେଞ୍ଜ ଦେଇଥିଲେ ଭୈରବ କେ ପାଣ୍ଡିଆନ । ଏ ନେଇ ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। କହିଛନ୍ତି ଯେଉଁମାନଙ୍କର ଓଡିଶାର ଇତିହାସ ସମ୍ପର୍କରେ ସର୍ବ ନିମ୍ନଜ୍ଞାନ ନାହିଁ ଯେଉଁମାନେ ଅଗଣତାନ୍ତ୍ରିକ, ସେମାନେ ଏମିତି କଥା କୁହନ୍ତି । ଯେଉଁ ଦଳ ନାଁରେ ଏମାନେ ରାଜନୀତି କରୁଛନ୍ତି ଦଳର ନେତା ଓଡ଼ିଶା ଇତିହାସ ସମ୍ପର୍କରେ ଜାଣିନାହାନ୍ତି, ନହେଲେ ଇତିହାସ ଜାଣିବା ପାଇଁ ଚାହୁଁନାହାନ୍ତି । 

ବିଜୁ ପଟ୍ଟନାୟକ ୫ଟି ଜାଗାରେ ନିର୍ବାଚନ ହାରିଥିଲେ, କିନ୍ତୁ ବିଜୁବାବୁ ରାଜନୀତି ଛାଡିନଥିଲେ ।  ମୁଁ କେବେ ରାଜନୀତି ଛାଡିବାର ପ୍ରଶ୍ନ ହିଁ ଉଠୁ ନାହିଁ। ହାରିବା ପାଇଁ ରାଜନୀତି ଛଡ଼ା ଯାଏ ନାହିଁ । ଆମେ ଗୋଟିଏ ସମୟରେ ଅମାନତ ହରାଉଥିଲୁ, ସେବେ ବି ନିର୍ବାଚନ ଲଢ଼ୁଥିଲୁ, ଦମ୍ଭରେ ଲଢୁଥିଲୁ । ଆଜି ତ ଭରତବର୍ଷରେ ଏବଂ ସାରା ପୃଥିବୀରେ ବିଜେପି ବଡ଼ ରାଜନୈତିକ ଦଳ । ଦେଶରେ ସରକାର କରିଛୁ ରାଜ୍ୟରେ ବି କରିବୁ ଏକଥା ଆମ କ୍ୟାପଟେନ କହି ଯାଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dharmendra-pradhan-reaction-to-vk-pandian | Argus News