BJD Claims Exposed / ବିଜେଡି ମିଛର ପର୍ଦ୍ଦାଫାସ୍, ନିପନ୍ ଷ୍ଟିଲ ଓଡ଼ିଶା ଆସିବାରେ ଧର୍ମେନ୍ଦ୍ରଙ୍କର ରହିଛି ବଡ଼ ଯୋଗଦାନ
·3 months ago·2 min read

Key Points
ବିଜେଡିର ମିଛ ଖୋଲିଗଲା
ନିପନ୍ ଷ୍ଟିଲ ପଛରେ ଧର୍ମେନ୍ଦ୍ରଙ୍କ ଭୂମିକା
ପ୍ରକଳ୍ପ ନେଇ ସରକାରଙ୍କ ବଡ଼ ଜବାବ
ନିପନ୍ ଷ୍ଟିଲ ପଛରେ ଧର୍ମେନ୍ଦ୍ରଙ୍କ ଭୂମିକା
ପ୍ରକଳ୍ପ ନେଇ ସରକାରଙ୍କ ବଡ଼ ଜବାବ
କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ ପ୍ରକଳ୍ପ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ହୋଇଗଲା କହି ରାଜ୍ୟ ସରକାରଙ୍କୁ ଲଗାତର ଟାର୍ଗେଟ କରିଆସୁଛି ବିଜେଡି । ଏହି ପ୍ରକଳ୍ପ ଚାଲିଯିବା ଦ୍ବାରା କେନ୍ଦ୍ରାପଡ଼ାର ସ୍ବପ୍ନ ଧୂଳିସାତ ହୋଇଗଲା ବୋଲି ଗତକାଲି ପ୍ରେସମିଟ୍ କରି ପୁଣି ଅଭିଯୋଗ କରିଥିଲା । ଏଥିସହ ଏନେଇ ଶିଳ୍ପମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଥିଲା ମୁଖ୍ୟ ବିରୋଧୀ ଦଳ । ଏହାର ଜବାବ ରଖିଥିଲେ ଶିଳ୍ପମନ୍ତ୍ରୀ । ଯେତେବେଳ କମ୍ପାନୀ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ ଓଡ଼ିଶା ପ୍ରକଳ୍ପ ଆନ୍ଧ୍ର କେମିତି ଚାଲିଗଲା ବୋଲି ପ୍ରଶ୍ନ କରିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ବିଜେଡିକୁ ମିଛର ସୌଦାଗର କହି ଟାର୍ଗେଟ କରିଛନ୍ତି ସମ୍ପଦ ।
ବିଜେଡି କହୁଛି ଆମ ସରକାର ମଡେଲ Industrial Infrastructure ତିଆରି କରିଥିଲେ କିନ୍ତୁ ବିଜେପି ସରକାର ଆସିବା ପରେ ଶିଳ୍ପ ପ୍ରକଳ୍ପ ବାହାରକୁ ଚାଲିଯାଉଛି । କିନ୍ତୁ ବାସ୍ତବତା ହେଉଛି କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ବେଳଠୁ ନିରନ୍ତର ପ୍ରୟାସ କରିଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ୨୦୧୯ରୁ ୨୦୨୧ ମଧ୍ୟଭାଗ ପର୍ଯ୍ୟନ୍ତ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ ସହ ଧର୍ମେନ୍ଦ୍ର ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ ।
ଅକ୍ଟୋବର ୨୫ - ୨୦୧୯
ଜାପାନ ଗସ୍ତ ବେଳେ ଧର୍ମେନ୍ଦ୍ର ପ୍ରଧାନ ନିପ୍ପନ, JFE ଇତ୍ୟାଦି କମ୍ପାନୀ ସହ ଆଲୋଚନା କରିଥିଲେ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।
ଫେବ୍ରୁଆରୀ ୨୭, ୨୦୨୦
ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ତତକାଳୀନ ମୁଖ୍ୟମନ୍ତ୍ରୀ ଓ ଜାପାନ ରାଷ୍ଟ୍ରଦୂତଙ୍କ ସହ ବୈଠକ ହୋଇଥିଲା । JFE ଓ Nippon ଓଡ଼ିଶାରେ ବଡ଼ ପୁଞ୍ଜିନିବେଶର ଆଗ୍ରହ ଦେଖାଇଥିଲେ ।
ଅକ୍ଟୋବର ୯, ୨୦୨୦
ଆର୍ସେଲର ମିତ୍ତଲ-ନିପ୍ପନ ସହ ଭର୍ଚୁଆଲ୍ ବୈଠକ ହୋଇଥିଲା । ପାରାଦୀପ ଓ କଳିଙ୍ଗନଗରରେ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୧୨ ମିଲିଅନ୍ ଟନ୍ ଅତିରିକ୍ତ ଉତ୍ପାଦନ ଯୋଜନା ହୋଇଥିଲା ।
ଜାନୁଆରୀ ୨୪, ୨୦୨୧
କେନ୍ଦ୍ରାପଡ଼ା ଗସ୍ତ ବେଳେ ଜିଲ୍ଲାରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ଅଞ୍ଚଳର ଶିଳ୍ପ ଓ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି କହିଥିଲେ ଧର୍ମେନ୍ଦ୍ର ।
ମାର୍ଚ୍ଚ ୫, ୨୦୨୧
ଓଡ଼ିଶା ସରକାର ଓ AMNS ମଧ୍ୟରେ MoU ସାଇନ୍ ହୋଇଥିଲା । ପ୍ରକଳ୍ପ "ଆତ୍ମନିର୍ଭର ଭାରତ" ଓ "ପୂର୍ବୋଦୟ" ଅଭିଯାନକୁ ସହଯୋଗ କରିବ ବୋଲି କୁହାଯାଇଥିଲା ।
ଡିସେମ୍ବର ୧୮, ୨୦୨୧
ପ୍ରକଳ୍ପ ପାଇଁ ସମସ୍ତ ଅନୁମତି ମିଳିଥିଲା । ୧.୦୨ ଲକ୍ଷ କୋଟି ଟଙ୍କା ବିନିଯୋଗରେ କାରଖାନା ନିର୍ମାଣ ହେବ ବୋଲି ଘୋଷଣା ହୋଇଥିଲା । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୨୪ ମିଲିଅନ୍ ଟନ୍ ହେବ ବୋଲି କୁହାଯାଇଥିଲା ।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଶିଳ୍ପାୟନ ପଥରେ ଓଡ଼ିଶା । ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶିଳ୍ପକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । CMI ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories