Videos
|
Odisha

Dharmendra Pradhan / ସାତ ଦିନିଆ ଓଡ଼ିଶା ଗସ୍ତରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସାତ ଦିନିଆ ଓଡ଼ିଶା ଗସ୍ତରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan to Join BJP's Odisha Rallies and Events

Key Points

ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟରେ ସମ୍ବଲପୁର, ତାଳଚେର, ଅନୁଗୁଳ, ଢେଙ୍କାନାଳ ଓ ଆଠଗଡ଼ରେ 'ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ' ପଦଯାତ୍ରାରେ ସାମିଲ ହେବେ ।
ଭୁବନେଶ୍ଵର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାତ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୦ (ଆଜିଠୁ) ୧୬ ତାରିଖ ପର୍ଯ୍ୟନ୍ତ ରହିବ ତାଙ୍କର ଗସ୍ତ କାର୍ଯ୍ୟକ୍ରମ । ଏହି ସମୟରେ ସମ୍ବଲପୁର, ତାଳଚେର, ଅନୁଗୁଳ, ଢେଙ୍କାନାଳ ଓ ଆଠଗଡ଼ରେ 'ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ' ପଦଯାତ୍ରାରେ ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ବିଭିନ୍ନ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ।

ନଭେମ୍ବର ୧୦ ତାରିଖ (ଆଜି) ଝାରସୁଗୁଡ଼ାରେ ପହଞ୍ଚିବା ପରେ ସମ୍ବଲପୁର ଯିବେ ଧର୍ମେନ୍ଦ୍ର ପ୍ରଧାନ । ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଲକ୍ଷ୍ମୀ ଟକିଜ୍‌ଠାରେ ଆୟୋଜିତ ପଦଯାତ୍ରାରେ ସାମିଲ୍ ହେବେ । ଏହାପରେ ତାଳଚେର ଗସ୍ତ କରି ସନ୍ଧ୍ୟାରେ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୈଠକରେ ଯୋଗଦେବେ ।

୧୧ ତାରିଖରେ ତାଳଚେରର ପ୍ରଜାମଣ୍ଡଳ ଭବନର ନୂତନ କୋଠା ଉଦ୍‌ଘାଟନ କରିବେ । ଏହାପରେ ଅନୁଗୁଳ ଜିଲ୍ଲା ଗୁରୁଧି ଯାଇ ସୂର୍ଯ୍ୟବନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଅନୁଗୋଳ ସହରରେ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ନେଇ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୨ ତାରିଖରେ ଢେଙ୍କାନାଳ ଓ ଆଠଗଡ଼ରେ ପଦଯାତ୍ରା କରିବେ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ସ୍ଥାନରେ 'ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ' କାର୍ଯ୍ୟକ୍ରମରେ ଯୋଗଦେବା ପରେ କଟକ ଦେଇ ଭୁବନେଶ୍ୱର ଫେରିବେ ।

ସେହିପରି ୧୩ ଓ ୧୪ ନଭେମ୍ବରରେ ଭୁବନେଶ୍ୱରରେ ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ରାତିରେ ବିମାନ ଯୋଗେ ଝାରସୁଗୁଡ଼ା ଯାଇ ସମ୍ବଲପୁରରେ ପହଞ୍ଚିବେ । ୧୫ ଓ ୧୬ ତାରିଖରେ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୧୬ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରୁ ବିମାନ ଯୋଗେ ଦିଲ୍ଲୀ ଫେରିବେ ।

ସମ୍ବଲପୁରରେ ବିଶାଳ ରାଲି

ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ ନାରା ଦେଇ ଆଜି ସମ୍ବଲପୁରରେ ବିଜେପି ବିଶାଳ ରାଲି କରିବ । ଏଥିରେ ସମ୍ବଲପୁର ସାଂସଦ ଧମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାସଭାପତି ସମେତ ପୁବତ୍ତନ ବିଧାୟକ ପ୍ରମୁଖ ସାମିଲ ହେବେ । ଲକ୍ଷ୍ମୀ ଟକିଜ ଛକରୁ ଶୋଭାଯାତ୍ରା ବାହାରି ଗୋଲବଜାର, ଶକ୍ତି ଛକ, ମ୍ୟୁନସିପାଲଟି ଛକ, କଚେରୀ ଛକ ଓ ଜେଲ ଛକ ପର୍ଯ୍ୟନ୍ତ ଯିବ ।