Videos
|
Odisha

Odisha Civil Services / ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ନେଇ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ନେଇ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ
Cabinet Removes Attempt Limit

Key Points

OCSରେ ଥିବା ପ୍ରୟାସ ସଂଖ୍ୟା ସୀମା ଉଚ୍ଛେଦ
ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ, ୧୯୯୧ ସଂଶୋଧନ ପାଇଁ ପ୍ରସ୍ତାବକୁ ମଞ୍ଜୁରୀ
ପ୍ରଶାସନିକ ସେବାରେ ଥିବା ଆଟେମ୍ପ୍ଟ ଲିମିଟ ଉଚ୍ଛେଦ ପାଇଁ ନିଷ୍ପତ୍ତି
ଭୁବନେଶ୍ଵର: ପ୍ରତିଯୋଗୀ ପରୀକ୍ଷାର୍ଥୀ ଓ ଆଶାୟୀ ଯୁବକଯୁବତୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ, ୧୯୯୧ରେ ସଂଶୋଧନ ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ଏ ସମ୍ପର୍କିତ ପ୍ରୟାସ ସଂଖ୍ୟା ସୀମାକୁ ଉଚ୍ଛେଦ କରାଯାଇଛି । OCS ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ସୀମାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି ।

ପୂର୍ବରୁ ଥିବା ପ୍ରୟାସ ସଂଖ୍ୟାର ସମସ୍ତ ସୀମାକୁ ଉଚ୍ଛେଦ ନେଇ କ୍ୟାବିନେଟ୍ ଅନୁମୋଦନ କରିଛି । ନିର୍ଦ୍ଧାରିତ ବୟସ ଓ ଅନ୍ୟାନ୍ୟ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିଲେ ପ୍ରୟାସ ସଂଖ୍ୟାର ସୀମା ରହିବନି । ପୂର୍ବରୁ ଥିବା ପ୍ରୟାସ ସଂଖ୍ୟାର ସମସ୍ତ ସୀମାକୁ ହଟାଇ ଦିଆଯାଇଛି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଯୋଗ୍ୟତା ଓ ମେଧା ଭିତ୍ତିକ ଚୟନ ପାଇଁ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ ।

ରାଜ୍ୟ କ୍ୟାବିନେଟ୍‌ରେ ‘ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍’ ଅଧୀନରେ କୁରସୁଦ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ଜଳ ସୁରକ୍ଷା, ଭୂତଳ ଜଳ ପୁନଃଭରଣ ଏବଂ ଜଳର ସ୍ଥାୟୀ ବ୍ୟବହାର ବୃଦ୍ଧି ଲକ୍ଷ୍ୟ ରଖା ଯାଇଛି । ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ୮୧.୩୭ କୋଟି ଟଙ୍କା । କାର୍ଯ୍ୟକାରିତା ଅବଧି ୩୦ ମାସ ସ୍ଥିର କରାଯାଇଛି । ମତ୍ସ୍ୟଚାଷର ପ୍ରୋତ୍ସାହନ, କୃଷିର ବିକାଶ ଏବଂ ଗ୍ରାମାଞ୍ଚଳରେ ସାମାଜିକ-ଆର୍ଥିକ ଅଭିବୃଦ୍ଧି ଭଳି ଲାଭ ମିଳିବ । ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଅଧିନରେ ଅନେକ ସ୍ଥାନ ଚିହ୍ନଟ ହୋଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ୍‌ରେ ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ; କଲେଜରେ ଦିନକୁ ୧GB ମାଗଣା ଡାଟା 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ରେ ସଂଶୋଧନ କରାଯାଇଛି । ବେସରକାରୀ ଡିଲରଙ୍କ ସ୍ଥନରେ ଆନୁଷ୍ଠାନିକ ସଂସ୍ଥାଙ୍କୁ ନିଯୁକ୍ତି ପ୍ରକ୍ରିୟାକୁ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି ହୋଇଛି । ଏ ସମ୍ପର୍କିତ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

ନିର୍ମାଣ ହେବ ୬ ଶହ ମେଗାୱାଟର ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ । ୪,୭୦୮ କୋଟି ଟଙ୍କାରେ ନିର୍ମାଣ କରିବ ଓଡ଼ିଶା ହାଇଡ୍ରୋପାୱାର କର୍ପୋରେସନ ଲିମିଟେଡ୍ ।

ମାଗଣା ଇଣ୍ଟରନେଟ୍

ରାଜ୍ୟ କ୍ୟାବିନେଟ୍ ବୈଠକରେ, ତିନି ବର୍ଷ ଅବଧି (ଆର୍ଥିକ ବର୍ଷ ୨୦୨୬-୨୭ ରୁ ଆର୍ଥିକ ବର୍ଷ ୨୦୨୮-୨୯) ମଧ୍ୟରେ ମୋଟ ୩୯୩.୬୨ କୋଟି ଟଙ୍କାର ବ୍ୟୟ ଅଟକଳ ସହ "ଓଡ଼ିଶା ଶିକ୍ଷାନେଟ୍ - ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟକୁ ନିଶୁଳ୍କ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଶକ୍ତୀକରଣ" ଫ୍ଲାଗସିପ୍ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି ।

ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ସଫଳ କାର୍ଯ୍ୟକାରିତା ଆଧାରରେ ଓଡ଼ିଶାର ୬୦୧ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ଏବଂ ଉଚ୍ଚ-ଗତି ସମ୍ପନ୍ନ ୱାଇ-ଫାଇ ସଂଯୋଗୀକରଣ ପ୍ରଦାନ କରିବ । ପ୍ରତ୍ୟେକ ପ୍ରମାଣୀକୃତ ଛାତ୍ରଛାତ୍ରୀ ଶୈକ୍ଷିକ, ଗବେଷଣା ଏବଂ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ କ୍ୟାମ୍ପସ ମଧ୍ୟରେ ପ୍ରତିଦିନ ୧ GB ପର୍ଯ୍ୟନ୍ତ ନିଶୁଳ୍କ ଇଣ୍ଟରନେଟ୍ ଡାଟା ପାଇବେ ।