'ମା ଡାକେଶ୍ୱରୀ'ଙ୍କ ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କର ଆଶୀର୍ବାଦ ନେଇ ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କ ଶୀତଳା ତଥା 'ଏକୋଇଶିଆ ଉତ୍ସବ'ରେ ସାମିଲ ହୋଇ ଆନନ୍ଦିତ । ମା’ ଡାକେଶ୍ୱରୀଙ୍କ ଡାକରା କ୍ରମେ ତାଙ୍କର ଦର୍ଶନ ଲାଭ କରିବା ପରମ ସୌଭାଗ୍ୟର ବିଷୟ । ଦଳ ତରଫରୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀ ଭାବେ ମୋତେ ଦାୟିତ୍ୱ ଦିଆଯାଇଛି । ମା’ ଡାକେଶ୍ୱରୀଙ୍କ ଶୁଭ ଆଶୀର୍ବାଦ ନେଇ ଆଜି ଠାରୁ ମୋଦୀ ପ୍ରଚାର ଅଭିଯାନ ଆରମ୍ଭ କଲି । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ଏହି ପବିତ୍ର ଭୂମିରୁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କରାଗଲା ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ, ଭବିଷ୍ୟତରେ ଭାରତକୁ ନୂଆ ଶିଖରକୁ ନେବା ହେଉଛି ନିର୍ବାଚନର ମୂଳ ପ୍ରସଙ୍ଗ । ମୋଦୀଙ୍କ ନେତୃତ୍ୱରେ ଭାରତ ନିଜର ସ୍ଥାନ ନିରୁପଣ କରିସାରିଛି । ଗୌରବଶାଳୀ ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି । ବିରୋଧୀ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ମୋଦିଜୀ ସେମାନଙ୍କୁ ହଟାଇବାରେ ଲାଗିଛନ୍ତି । ଦୁର୍ନୀତିକାରୀଙ୍କୁ ସୁରକ୍ଷା ଦେବା ବିରୋଧୀଙ୍କ ପ୍ରସଙ୍ଗ ହୋଇଥିବା ବେଳେ ଭ୍ରଷ୍ଟାଚାରୀଙ୍କୁ ବିତାଡିତ କରିବା ମୋଦିଜୀଙ୍କ ନାରା ହୋଇଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ବାଚନ ମୂଳ ବିଷୟ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ଧରି ସ୍ଥାନୀୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ଗାଁ ଗାଁରେ ସ୍ୱଚ୍ଛ ପିଇବା ପାଣି ନାହିଁ । ସମ୍ବଲପୁର ଜିଲ୍ଲାର ହାରାକୁଦ ଭଳି ଅଞ୍ଚଳରେ ଡାଇରିଆ ବ୍ୟାପି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକମାନେ ଆକ୍ରାନ୍ତ ହୋଇ ମେଡିକାଲ ଚିକିତ୍ସାଧୀନ ଅଛନ୍ତି । ଦୀର୍ଘ ୨୫ ବର୍ଷ ସରକାରରେ ନାଗରିକଙ୍କୁ ସ୍ୱଚ୍ଛ ପାନୀୟ ଜଳ ମିଳିନାହିଁ । ଯୁବବର୍ଗଙ୍କୁ ରୋଜଗାର ମିଳିନାହିଁ । ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ମହିଳା ଅତ୍ୟାଚାରରେ ଓଡ଼ିଶା ଜାତୀୟ ସ୍ତରରେ ବଦନାମ ହେଉଛି । ଓଡ଼ିଶାରୁ ଏଥିରୁ ମୁକ୍ତି ଦେବା ପାଇଁ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।
📱 Get Argus News App
✨ମା’ଙ୍କ ଶୁଭ ଆଶୀର୍ବାଦ ନେଇ @narendramodi ଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ମୋର ନିର୍ବାଚନ ପ୍ରଚାର ଆରମ୍ଭ କଲି । pic.twitter.com/OCvq8847UM
— Dharmendra Pradhan (मोदी का परिवार) (@dpradhanbjp) April 3, 2024
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନବ ପ୍ରତିଷ୍ଠିତ 'ମା' ଡାକେଶ୍ୱରୀ ଦେବୀଙ୍କର 'ଏକୋଇଶିଆ ଉତ୍ସବ'ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ 4 ଦିନିଆ ଅନୁଗୋଳ ଗସ୍ତରେ ଅଛନ୍ତି । ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବା ସହ ଏପ୍ରିଲ 4ରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦିନ ତମାମ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସମ୍ବଲପୁରରୁ ପ୍ରାର୍ଥୀ ହେଲେ ଧର୍ମେନ୍ଦ୍ର : ନାଚିଲେ ଶୁଭେଚ୍ଛୁ
ସେପଟେ 2014 ରେ କେନ୍ଦ୍ର ମନ୍ତ୍ରୀ ବନିବା ପରଠାରୁ ଏହି ଅଞ୍ଚଳର ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଗକୁ ପ୍ରତ୍ୟକ୍ଷ ଭାବେ ଏଠାରୁ ଧର୍ମେନ୍ଦ୍ର ପ୍ରତିନିଧିତ୍ବ କଲେ ସମ୍ବଲପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଅଧିକ ଗତିଶୀଳ ହୋଇପାରିବ ବୋଲି ସମସ୍ତଙ୍କର ବିଶ୍ବାସ । କାରଣ ସମ୍ବଲପୁରକୁ ଆଇଆଇଏମ ଆଣିବା ହେଉ କିମ୍ବା ଆଇଆଇଏମରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା । ସମ୍ବଲପୁରର ରିଙ୍ଗରୋଡ୍ ଓ ଫ୍ଲାଏଓଭର ନିର୍ମାଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।
ଆହୁରି ପଢନ୍ତୁ ରାଜନୀତି ଖବର...