Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

Odisha

ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  କେନ୍ଦୁଝର କେଶଦୁରାପାଳରେ ପାଣି ପାଇଁ ବଦ୍ରିନାରାୟଣ ପାତ୍ରଙ୍କୁ ମହିଳା ଘେରିବା ପ୍ରସଙ୍ଗ । ଟ୍ୱିଟ୍ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦୁଝର କେଶଦୁରାପାଳ ପଞ୍ଚାୟତ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମା’ ଭଉଣୀମାନେ “ପାଣି ନାହିଁ ତ ଭୋଟ ନାହିଁ” ସ୍ୱର ଉତ୍ତୋଳନ କରୁଛନ୍ତି । ଓଡ଼ିଶାରେ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମୋଦି ସରକାର ଓଡ଼ିଶା ପାଇଁ ୧୦,୨୦୭ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି । ତଥାପି ଏପରି ଅବ୍ୟବସ୍ଥା କାହିଁକି ?

ପ୍ରତ୍ୟେକ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆବଣ୍ଟିତ କେନ୍ଦ୍ରୀୟ ପାଣ୍ଠିର ୫୦ ପ୍ରତିଶତ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି । ରାଜ୍ୟବାସୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ କାହିଁକି ? ବୋଲି ଏକ୍ସ ଆକାଉଣ୍ଟରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କେନ୍ଦୁଝର ଜିଲ୍ଲା କେଶଦୁରାପାଳ କୁରାଳ ସାହିରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ହଟହଟା ହୋଇଥିଲେ ବଦ୍ରିନାରାୟଣ । କେଶଦୁରପାଳ ଗାଁରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ମନ୍ଦିର ପ୍ରତିଷ୍ଠା ପାଇଁ ଯାଇଥିବା ବେଳେ ପାଣି ସମସ୍ୟା ନେଇ ବଦ୍ରିଙ୍କୁ ଘେରିବା ସହ ତୀବ୍ର ବିରୋଧ କରିଥିଲେ ମହିଳା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan target the issue of women surrounding to Badri Narayan Patra | Argus News