Videos
|
Odisha

'ଓଡ଼ିଆ ଲୋକଙ୍କ କଥାକୁ ମୋଦିଙ୍କ ପାଖରେ ପହଞ୍ଚାଇବାକୁ ଡାକ ପିଅନ ହେବି'

Smruti Parija
Browse all articles by Smruti Parija
·2 years ago·1 min read
'ଓଡ଼ିଆ ଲୋକଙ୍କ କଥାକୁ ମୋଦିଙ୍କ ପାଖରେ ପହଞ୍ଚାଇବାକୁ ଡାକ ପିଅନ ହେବି'

Key Points

  • ରାଜମିସ୍ତ୍ରୀ ହୋଇ ଓଡ଼ିଆ ଲୋକଙ୍କ ସେବା କରିବି
  • ଓଡ଼ିଆ ଲୋକଙ୍କ କଥାକୁ ମୋଦିଙ୍କ ପାଖରେ ପହଞ୍ଚାଇବାକୁ ଡାକ ପିଅନ ହେବି 

ଅର୍ଗସ ବ୍ୟୁରୋ: ଛେଣ୍ଡିପଦା ପାତ୍ରପଡ଼ା ଗଡ଼ମଣ୍ଡଳରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ସାଧାରଣ ସଭାକୁ ସମ୍ବୋଧନ କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା, ଅନୁଗୁଳ ଓ ଛେଣ୍ଡିପଦାକୁ ବନେଇବା ପାଇଁ ରାଜମିସ୍ତ୍ରୀ ହେବାକୁ ସେ କହିଛନ୍ତି । ଓଡ଼ିଆ ଲୋକଙ୍କ କଥାକୁ ମୋଦିଙ୍କ ପାଖରେ ପହଞ୍ଚାଇବାକୁ ଡାକ ପିଅନ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  

ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହ ବିଜେପି କରିଥିଲା ଶକ୍ତି ପ୍ରଦର୍ଶନ । ବିଶାଳ ରୋଡ୍ ସୋ' କରିଥିଲେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ହଜାର ହଜାର ସମର୍ଥକ ତାଙ୍କ ରୋଡ୍‌ ସୋରେ ସାମିଲ ହୋଇଥିଲେ । ପରେ ପରେ କୋଶଳାଠାରୁ ବିଶାଳ ବାଇକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିଲେ ।

ବିଜୟ ସଂକଳ୍ପ ସମାବେଶରେ କାର୍ଯ୍ୟକ୍ରମରେ ବିଜେଡି ସରକାରର ଅପାରଗତା ନେଇ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ଠିକାଦାରମାନଙ୍କୁ ପୋଷିବାକୁ ଯୋଜନା କରାଯାଉଥିବା ବେଳେ, ମାଆ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ହେଉନି । ୨୫ ବର୍ଷର ଶାସନରେ ପିଇବା ପାଣି ସହ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବି ବର୍ଷିବା ସହ ଏ ସରକାରର ଏକ୍ସପାରୀ ହୋଇଯାଇଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

କୋଶଳା ରାମଚଣ୍ଡୀ ମନ୍ଦିର ଦର୍ଶନ ଏବଂ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ଯାଇ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । କୋଶଳାଠାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଏବଂ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ଉପସ୍ଥିତରେ ବିଜୟ ସଂକଳ୍ପ ସମାବେଶରେ ବିଜେପିରେ ସାମିଲ ହୋଇଥିଲେ ଶହ ଶହ ବିଜେଡି ଓ କଂଗ୍ରେସ କର୍ମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...