Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଜଗନ୍ନାଥଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର

Odisha

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଜଗନ୍ନାଥଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର

Smruti Parija
Browse all articles by Smruti Parija
·1 year ago·1 min read
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଜଗନ୍ନାଥଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦର୍ଶନ କରିମ ମହାପ୍ରଭୁଙ୍କ ଆଈବାଦ ନେିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୁଣିଥରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ଦୁଇଟିଯାକ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ବିଜେପି ଭରସା କରିଛି । ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିପୁଳ ପରିମାଣରେ ଭୋଟ୍ ପାଇ ଜିତିଥିଲେ ଧର୍ମେନ୍ଦ୍ର । ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି । 

ମୋଦିଙ୍କ ଦ୍ୱିତୀୟ ପାଳିରେ ରେଳମନ୍ତ୍ରୀ ଦାୟିତ୍ୱରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀଙ୍କ ତୃତୀୟ ପାଳିରେ ସ୍ଥାନ ମିଳିଛି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟସଭା ସାଂସଦ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ସେ ଏବେ ଓଡିଶା କୋଟାରେ ରାଜ୍ୟସଭା ସାଂସଦ ରହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ମୋଦି ସରକାରଙ୍କ ପ୍ରଥମ ପାଳିରେ ସେ ମନ୍ତ୍ରୀ ଥିବା ବେଳେ ଦ୍ୱିତୀୟ ପାଳିରେ ତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ପାଇ ନଥିଲେ । ହେଲେ ଚଳିତ ଥର ମୋଦି କ୍ୟାବିନେଟରେ ତାଙ୍କୁ ସ୍ଥାନ ମିଳିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...


 

Sponsored
Dharmendra pradhan-took-blessing-of Jagannath after taking oath as a cabinet minister | Argus News