ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ
·2 years ago

ଅର୍ଗସ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ପହଁଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହାପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା । ରାଜ୍ୟର ୨୧ ଲୋକସଭା ଆସନରୁ ୧୮ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତେବେ ପଶ୍ଚିମ ଓଡ଼ିଶା ତଥା ହାଇପ୍ରୋଫାଇଲ ଆସନ ସମ୍ବଲପୁରରୁ ଏଥର ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଉ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଂଚଳର ଭୋଟର ବେଶ ଖୁସି ହୋଇଛନ୍ତି । ଏମିତିକି ବାଣ ଫୁଟାଇ ସେଲିବ୍ରେସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

