Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । ଗତ 76 ବର୍ଷରେ ସବୁଠୁ ବଡ଼ ଉପଲବ୍ଧି ଆମ ଦେଶର ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ତାରିଖ ଘୋଷଣାକୁ ବିଜେପି ପକ୍ଷରୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଦେଶରେ ଅଢ଼େଇ ମାସ ଧରି ଜାରି ରହିବ ନିର୍ବାଚନ ପ୍ରକ୍ରିୟା ।

ସମାଜର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଗରିବ, ବଞ୍ଚିତ, ମହିଳା, ଯୁବ, ଚାଷୀ, ଏସସି, ଏସଟି, ଓବିସି ସମ୍ପ୍ରଦାୟର ଲୋକମାନେ ଏହି ଗଣତନ୍ତ୍ରର ମହାନ ଉତ୍ସବରେ ନିଜକୁ ସାମିଲ କରିବେ । ସମସ୍ତ ରାଜନୈତିକ ଦଳ ନାଗରିକମାନଙ୍କ ପାଖକୁ ଯିବେ । ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢାଯିବ । ଆଲୋଚନା, ସମାଲୋଚନା ସହ ନିର୍ବାଚନ ପ୍ରଚାରରେ ଅଭିନବ ଉପାୟ ଅବଲମ୍ବନ ହେବ । ଉନ୍ମାଦନାର ସହ ନିର୍ବାଚନ ଆଚରଣ ବିଧିର ସୀମା ଭିତରେ ରହି ସମସ୍ତେ ପ୍ରଚାର କରିବା । ଏଥିସହ ଧର୍ମେନ୍ଦ୍ର କହିଛନ୍ତି, ଅବକୀ ବାର 400 ପାର, ଫିର ଏକ ବାର ମୋଦି ସରକାର, ଏହା ସ୍ପଷ୍ଟ ହୋଇ ସାରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan welcomed the election date announcement | Argus News