ପୋଲିସ ଉପରକୁ ଆକ୍ରମଣରେ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ବରଗଡ଼ ଝାରବନ୍ଧ ନିତ୍ୟାନନ୍ଦପୁର ଗାଁରେ ପୋଲିସ ଉପରକୁ ସଂଘବଧ ଆକ୍ରମଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ । ସୋସିଆଲ ମିଡିଆରେ Xରେ ପୋଷ୍ଟ କରିଛନ୍ତି ସେ ଲେଖିଛନ୍ତି, ଏ ହେଉଛି ୨୫ ବର୍ଷ ସରକାରର ଉପଲବ୍ଧି । ପୋଲିସ ଏଠାରେ ଅସୁରକ୍ଷିତ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ବ୍ୟବସାୟୀକୁ ଧରିବା ବେଳେ ଝାରବନ୍ଧ ପୋଲିସ ଆକ୍ରମଣର ଶିକାର ହୋଇଥିଲା l ବସନା ଥାନା କେଶରପୁର ଗାଁର ଯଦୁନାଥ ଶ୍ରୀବସ ଓ ଡିଲେଶ୍ବର ଗହୀର ବାଇକରେ ଗଞ୍ଜେଇ ନିତ୍ୟାନନ୍ଦପୁର ଗାଁର ନାନୁ ସାହୁଙ୍କ ଠାରୁ ୩ କେଜି ଗଞ୍ଜେଇ ନେଉଥିବା ସମୟରେ ପୋଲିସ ଦ୍ବାରା ଧରା ପଡ଼ିଥିଲେ । ଏହି ସମୟରେ ପଛରେ ଥିବା ନାନୁ ସାହୁ ପୋଲିସକୁ ଦେଖି ଫେରାର ହୋଇଥିଲା ।
ପୋଲିସ ସନ୍ଧ୍ୟା ସମୟରୁ ନାନୁକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା । ଏଥିପାଇଁ ଭୋର ୪ଟାରେ ନାନୁ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଥାନା ଅଧିକାରୀ ଶୁଚିସ୍ମିତା ମହାନ୍ତିଙ୍କ ସହିତ ASI ସମାରୁ ନାଗ ପ୍ରମୁଖ ସାମିଲ ଥିଲେ l ଅଭିଯୁକ୍ତକୁ ଥାନା ଗାଡ଼ିରେ ବସାଇ ଆଣୁଥିବା ସମୟରେ ତାଙ୍କ ପରିବାର ଲୋକେ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଫେରାର କରାଇଦେଇଥିଲେ l ଥାନା ଅଧିକାରୀଙ୍କୁ ଗୋଟିଏ ଘର ଭିତରେ ଭର୍ତ୍ତି କରି ତାଲା ମାରିଥିଲେ । ପଥର, ଠେଙ୍ଗା ସାହାଯ୍ୟରେ ଅନ୍ୟ ପୋଲିସ ମାନଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜ୍ଜା କରିଥିଲେ l
ଅଧିକ ପଢ଼ନ୍ତୁ ଓଡିଶା ଖବର: