ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ପ୍ରେସମିଟ । ସେ କହିଛନ୍ତି, କାଣ୍ଟାବାଞ୍ଜିରେ ୧୦ଟି ଗାଁ ନାଁ କହି ପାରିବେ କି ବୋଲି ପଚାରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ବ୍ୟକ୍ତିଗତ ସ୍ତରକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି । ଓଡିଶାରେ ୟୁଜିସି ତରଫରୁ ଇଞ୍ଜିନିୟର ପାଠ୍ୟ ପୁସ୍ତକକୁ ଓଡିଆରେ ପ୍ରକାଶ କରାଯାଇଛି । ଭାରତ ସରକାରଙ୍କ ଓଡିଆ ଭାଷା ପ୍ରତି ପ୍ରତିବଦ୍ଧତା ରହିଛି । ସତ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଧର୍ଯ୍ୟ ନାହିଁ ।
ଅଧିକ ପଢନ୍ତୁ : ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟରେ ଭାଷା, ସଂସ୍କୃତିକୁ ଅନାଦର କରାଯାଉଛି । ଓଡିଶୀକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରଦାନ କରିବାର ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି । ମୋଦି ସରକାର ୪୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରଙ୍ଗବତୀ ଗୀତ ପାଇଁ କେବଳ ୩ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏସବୁ ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କିପରି ଗାଳି କରୁଛନ୍ତି ନବୀନ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଧର୍ମେନ୍ଦ୍ର ।