Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ ତୋଡ ଜବାବ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ ତୋଡ ଜବାବ

Key Points

  • ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁତୋଡ଼ ଜବାବ
  • ପ୍ରଶ୍ନପତ୍ର ଲିକ୍ ମାମଲାରେ ବିରୋଧୀ ଦଳ ନେତାଙ୍କ ବୟାନକୁ ଦୃଢ଼ ନିନ୍ଦା
  • 2010ର କପି ରୋକିବା ଆଇନ ପ୍ରସଙ୍ଗରେ କଂଗ୍ରେସକୁ କଲେ ଟାର୍ଗେଟ୍
  • କାହା ଚାପରେ ପ୍ରତ୍ୟାହାର ହୋଇଥିଲା ପ୍ରୋହିବିସନ୍ ଅନ ଫେୟାର୍ ପ୍ରାକ୍ଟିସ୍ ବିଲ୍ ?
  • ଜବାବ ଦେବେ କି ରିମୋଟ କଣ୍ଟ୍ରୋଲରେ କେନ୍ଦ୍ରରେ UPA ସରକାର ଚଳାଇଥିବା ଲୋକେ ?

ଅର୍ଗସ ବ୍ୟୁରୋ : ୨୦୧୦ ମସିହାରେ ଘରୋଇ ମେଡିକାଲ କଲେଜଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଥିଲେ କି ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ସରକାର ? ଦେଶର ଶିକ୍ଷାବ୍ୟବସ୍ଥାରେ ସୁଧାର ଦିଗରେ ବଡ଼ ପଦକ୍ଷେପକୁ କରାଯାଇଥିଲା କି ପ୍ରତ୍ୟାହାର ? ବୃହତ୍ତର ସ୍ବାର୍ଥକୁ ଅଣଦେଖା କରିବା ପଛରେ ଥିଲା କି ମୋଟା ଅଙ୍କର ଲାଞ୍ଚ କାରବାର ? ଆଜି ଏମିତି ପ୍ରଶ୍ନ ଉଠାଇ ଲୋକସଭାରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଅଧିକ ପଢନ୍ତୁ : ବିଧାନସଭାର ପ୍ରଥମ ଅଧିବେଶନ , ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଲମ୍ବା ଖସଡା ପ୍ରସ୍ତୁତ

ଆଜି ଲୋକସଭା ପ୍ରଶ୍ନକାଳରେ ପ୍ରଶ୍ନପତ୍ର ଲିକ୍ ମାମଲା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଦେଶର ପୁରା ଶିକ୍ଷା ବ୍ୟବସ୍ଥା ଉପରେ ଉଠାଇଥିଲେ ପ୍ରଶ୍ନ । ଯାହାର ମୁହଁତୋଡ଼ ଜବାବ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାହୁଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ଦୃଢ଼ ନିନ୍ଦା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। 
ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ 2010 ମସିହାରେ 3ଟି ଆଇନ ଆଣିଥିଲେ କେନ୍ଦ୍ର ସରକାର । ଏଥିରୁ ଗୋଟିଏ ଥିଲା ପ୍ରୋହିବିସନ୍ ଅଫ୍ ଅନ୍ ଫେୟାର ପ୍ରାକ୍ଟିସ୍ ବିଲ୍ । ଯାହାର ଉଦ୍ଦେଶ୍ୟ ଥିଲା ଶିକ୍ଷାନୁଷ୍ଠାନରେ ପରୀକ୍ଷାରେ କପି ରୋକିବା । କିନ୍ତୁ ଚାପରେ ପଡ଼ି ଏହି ବିଲକୁ ପ୍ରତ୍ୟାହାର କରିନେଇଥିଲେ ୟୁପିଏ ସରକାର। ଆଉ ଏବେ ଏହି ଆଇନ ଲାଗୁ କରିଛନ୍ତି ମୋଦି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan's response to Rahul Gandhi in Lok Sabha | Argus News