ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବଢିପାରେ ସମୀର ଦାଶଙ୍କ ଅଡୁଆ
·2 years ago·1 min read

ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବଢିପାରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କ ଅଡୁଆ । ମାମଲା ପହଞ୍ଚିଛି ହାଇକୋର୍ଟରେ। ଶେଷ ଥର ପାଇଁ ଧର୍ମେନ୍ଦ୍ର ଫୋନ କରିଥିବା ବରିଷ୍ଠ ସାମ୍ବାଦିକ ଅକ୍ଷୟ ନାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଫୌଜଦାରୀ ମାମଲା ରୁଜ୍ଜୁ ପାଇଁ ଆବେଦନ କରିଛନ୍ତି ଅକ୍ଷୟ।
ବିଜେଡି ନେତା ତଥା ଗୋପ ଜୋନ ନମ୍ବର 11ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟାର ପୂର୍ବଦିନ ଅକ୍ଷୟ ନାୟକଙ୍କୁ ଫୋନ କରି କହିଥିଲେ ସମୀର ଦାଶ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ୍ କରୁଛନ୍ତି। ତାଙ୍କ ଆତ୍ମହତ୍ୟା ପାଇଁ ସମୀର ଦାଶ ଦାୟୀ ରହିବେ। କଲ୍ ରେକର୍ଡରେ ଏକଥା ସ୍ପଷ୍ଟ ଉଲ୍ଲେଖ ଥିଲେ ବି କମିଶନରେଟ୍ ପୋଲିସ ସେତେବେଳର ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରକୁ ନେଲାନାହିଁ। ଅକ୍ଷୟ ନାୟକଙ୍କ ମୋବାଇଲ୍ ଜବତ କରିଥିଲେ ଏବେ ସୁଦ୍ଧା ଫେରାଇଲାନାହିଁ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଅଡୁଆ ବଢିଛି ସମୀର ଦାଶଙ୍କ ପାଇଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: