Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ବଡଚଣାରେ ବ୍ଲାକରୋଜ୍ ପ୍ରସଙ୍ଗ ଉଠାଇ ଜୋରଦାର ହମଲା କଲେ ଧର୍ମେନ୍ଦ୍ର

Odisha

 ବଡଚଣାରେ ବ୍ଲାକରୋଜ୍ ପ୍ରସଙ୍ଗ ଉଠାଇ ଜୋରଦାର ହମଲା କଲେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·2 years ago·2 min read
 ବଡଚଣାରେ ବ୍ଲାକରୋଜ୍ ପ୍ରସଙ୍ଗ ଉଠାଇ ଜୋରଦାର ହମଲା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବଡ଼ଚଣା ଜନସଭାରେ ବ୍ଲାକରୋଜ୍ ପ୍ରସଙ୍ଗ ଉଠାଇ ଜୋରଦାର ହମଲା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବବିଙ୍କ ନାଁ ନ ନେଇ କହିଲେ, ଜେଲ୍ ଯିବେ ଗୁମାସ୍ତାଙ୍କ କ୍ରୀତଦାସ । ଯାଜପୁରର ସାଧବ ପୁଅ ବିଦେଶରୁ ଆଣୁଥିଲେ ଧନ ଦରବ, ହେଲେ କ୍ରୀତଦାସ ଓଡ଼ିଶାର ବୈଭବକୁ ବିଦେଶରେ ବିକିବାକୁ କରିଥିଲେ ବଡ଼ ଷଡଯନ୍ତ୍ର । ଚିଠି ପରେ ବି ସିବିଆଇକୁ ମାମଲା ହସ୍ତାନ୍ତର କଲା ନାହିଁ ବିଜେଡି ସରକାର । କ୍ରୀତଦାସକୁ ବଂଚାଇବା ପାଇଁ ଗୁମାସ୍ତା କରିଛନ୍ତି କି ଖେଳ । 2009ରେ କେମିତି ବୁଡିଲା ବ୍ଲାକରୋଜ୍ , କିଏ କରୁଥିଲା ବେଆଇନ ଲୁହାପଥର ଚାଲାଣ, କାହାର ଥିଲା ଷଡଯନ୍ତ୍ର। 15 ବର୍ଷ ପରେ ବି ଘଟଣାରୁ ହଟିନାହିଁ ସସପେନ୍ସ। ବ୍ଲାକରୋଜକୁ ନେଇ ଆଜି ବଡ଼ଚଣା ନିର୍ବାଚନୀ ସଭାରେ ଜୋରଦାର ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ।  

2009, ସେପଟେମ୍ବର 9 ।  ପାରାଦୀପ ଉପକୂଳ ସମୁଦ୍ରରେ ଅତି ରହସ୍ୟଜନକ ଭାବେ ବୁଡି ଯାଇଥିଲା କାର୍ଗୋ ଜାହାଜ ଏମଭି ୱ୍ଲାକରୋଜ୍। ଜାହାଜରେ ଥିଲା 23 ହଜାର 847 ମେଟ୍ରିକ ଟନୱର ଲୁହାପଥର ଓ 920 ମେଟ୍ରିକ ଟନର ଫର୍ନେସ୍ ଅଏଲ୍। ଜାହାଜରେ ଜାଲି କାଗଜପତ୍ର କରି ବେଆଇନ ଲୁହାପଥର ଓ ଅନ୍ୟ ଖଣିଜ ସାମଗ୍ରୀ ଚାଲାଣ ହେଉଥିଲା। ସିବିଆଇ ତଦନ୍ତ ପାଇଁ ମାମଲା ଗଲା ହାଇକୋର୍ଟ। 30 ସେପଟେମ୍ବର 2019ରେ, ମାମଲାକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ସିବିଆଇ। ସେହିବର୍ଷ 12 ଡିସେମ୍ବରରେ ରିମାଇଣ୍ଡର ଲେଟର ବି ଲେଖିଲା ସିବିଆଇ।  ହେଲେ ଓଡ଼ିଶା ସରକାର ଚୁପ୍ ରହିଲେ। ପ୍ରଶ୍ନ କାହାକୁ ସୁରକ୍ଷା ଦେଉଥିଲେ ସରକାର, ଶହ ଶହ କୋଟିର ଲୁହାପଥର କାହାର, କିଏ ଓଡ଼ିଶାର ବୈଭବ ବିକ୍ରିର କରିଥିଲା ଷଡଯନ୍ତ୍ର, କାହିଁକି ବିଜେଡିର ସିବିଆଇକୁ ଏତେ ଡର ।  ଏବେ ନିର୍ବାଚନରେ ପୁଣି ସାମ୍ନାକୁ ଆସିଛି ବ୍ଲାକରୋଜ୍ କେଳେଙ୍କାରୀ, ମାମଲା ଏବେ ହାଇକୋର୍ଟରେ, ସିବିଆଇ ତଦନ୍ତ କଲେ ଗୁମାସ୍ତା ଓ କ୍ରିତଦାସଙ୍କ ଖୋଲିବ କି ପୋଲ୍।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra took up the Blackrose issue in a big way and attacked strongly | Argus News