Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର

Key Points

  • ଓଡ଼ିଶାରେ ସିନ୍ଦେ ସିଣ୍ଡ୍ରୋମ୍ ବିବାଦ ଭିତରେ ଧର୍ମେନ୍ଦ୍ରଙ୍କ ବୟାନ
  • କହିଲେ ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର
  • ପାଣ୍ଡିଆନ କହିଥିଲେ ବିଜେଡିକୁ ଭାଙ୍ଗି ସରକାର ଗଢିବାକୁ ପ୍ଲାନ କରୁଛି ବିଜେପି
  • ଜବାବରେ ସମୀର ମହାନ୍ତି କହିଥିଲେ ବିଜେଡିରେ ଅଛନ୍ତି ଏକାଧିକ ଏକନାଥ ସିନ୍ଦେ
  • କ୍ରୀତଦାସ ହେବାକୁ ଚାହୁଁନଥିବା ବିଜେଡି ନେତା ଏବେଠୁ ବିଜେପି ସମ୍ପର୍କରେ

 ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ଏପରି ବୟାନ ପରେ ଓଡ଼ିଶା ରାଜନୀତିରେ ଏବେ ସିନ୍ଦେ ସିଣ୍ଡ୍ରୋମ୍ କୁ ନେଇ ବିବାଦ। ଏହା ଭିତରେ ଏ ପ୍ରସଙ୍ଗରେ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି । ଏଥିସହ ଏଥର ଓଡ଼ିଶାରେ ଡବଲଇଞ୍ଜିନ ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ବସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ । 
ଏବେ ପ୍ରଶ୍ନ ଉଠୁଛି ବିଜେଡିରେ ସମ୍ଭାବ୍ୟ ବିଭାଜନକୁ ନେଇ ଭୟଭୀତ କି ଭି.କେ ପାଣ୍ଡିଆନ୍। ମହାରାଷ୍ଟ୍ର ମଧ୍ୟପ୍ରଦେଶର ପରି ସଂଖ୍ୟା ଥାଇ ବି ସରକାର ଭୂଷୁଡ଼ିବା ଆଶଙ୍କା ଘାରିଛି କି ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ଙ୍କୁ। ବରାଦିଆ ସାମ୍ବାଦିକ ସମ୍ମିଳନୀରେ ଏନେଇ ନିଜ ମନରେ ଥିବା ଛନକା ପ୍ରକାଶ କରିଦେଲେ ଭି.କେ ପାଣ୍ଡିଆନ୍।

ଅଧିକ ପଢନ୍ତୁ : ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ

ଦଳ ଦୁଇ ଫାଳ ହୋଇଗଲେ ପଛପଟୁଆ କ୍ଷମତା ଦଖଲ ରଣନୀତି ଫେଲ ହୋଇଯିବା ଡରରେ କି ଗୁମାସ୍ତା। ଡରୁଆକୁ ଆହୁରି ଡରାଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ବିଜେଡିରେ ଅଛନ୍ତି ଏକାଧିକ ଏକନାଥ ସିନ୍ଦେ। ବିଜେଡିରେ ସମସ୍ତେ ନୁହନ୍ତି କ୍ରୀତଦାସ। ଶାସକ ଦଳର ବହୁ ସିନ୍ଦେ ଏବେଠୁ ବିଜେପି ସହ ସମ୍ପର୍କରେ। 
ସମୀରଙ୍କ ସହ ତାଳ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କରିଛନ୍ତି ପରାଜିତ ଭୟରେ ବିଳିବିଳାଉଛି ବିଜେଡି। ଗୋଟେପଟେ ଦୁଇ ତୃତୀୟାଂଶ ଆସନ ଜିତିବାର ଆସ୍ଫାଳନ କରୁଥିବା ପାଣ୍ଡିଆନ୍ ଅନ୍ୟପଟେ ବିଜେପି 50 ଆସନ ଜିତି ବିଜେଡିକୁ ଭାଙ୍ଗି ସରକାର ଗଠନ କରିବା କଥା କହୁଛନ୍ତି। ଏପରି ବୟାନ ବିଜେଡି ନମ୍ବର ଟୁ ନେତାଙ୍କର ମୁହଁ ଇସ୍ପାତ  ଅବସ୍ଥାକୁ ଧରାପକାଇଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra's big statement about Sinde syndrome | Argus News