Videos
|
Odisha

ପରିବର୍ତ୍ତନ ସହ ଓଡ଼ିଆ ଅସ୍ମିତାଙ୍କୁ ସୁରକ୍ଷା ଦେବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପରିବର୍ତ୍ତନ ସହ ଓଡ଼ିଆ ଅସ୍ମିତାଙ୍କୁ ସୁରକ୍ଷା ଦେବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଅର୍ଗସ ବ୍ୟୁରୋ:  ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାୱାର୍ ସୋ । ଶହ ଶହ କର୍ମୀ ଓ ନେତାଙ୍କୁ ନେଇ ବିଶାଳ ରୋଡ୍ ସୋ କରି ବିପୁଳ ଜନ ସମର୍ଥନ ଜୁଟାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ ଜନସଭାରେ ଯୋଗଦେଇ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାରେ ବିଜେପି ସରକାର ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ଗତକାଲି ପିଏମ୍ କହିଥିବା ଓଡ଼ିଆ ଅସ୍ମିତା କଥା ଦୋହରାଇଛନ୍ତି ଧର୍ମେନ୍ଦ୍ର । ଭିଡିଓରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ । ଆମ ପଇସାରେ ଦରମା ପାଉଥିବା ଲୋକ ଆଜି ଆମକୁ ନାଲି ଆଖି ଦେଖାଉଛି । ଗଣତନ୍ତ୍ରରେ ଏ କଂସ, ରାବଣ ରୂପୀ ଲୋକଙ୍କ ଭୋଟ୍ ନଦେଇ ପରାଜୟ କରିବାକୁ ପଡିବ କହି କଡ଼ା ଭର୍ତ୍ସନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏଥର ବିଜେଡିର ଖେଳ ଶେଷ, ଏହାପରେ ନରେନ୍ଦ୍ର ମୋଦିଙ୍କ ବିଜୟ ହେବ ବୋଲି ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ଆଠମଲ୍ଲିକବାସୀ ଲଢେଇ କରି ବିଜେଡିକୁ ଜିତାଇଥିଲେ । ହେଲେ ଜମିକୁ ପାଣି ମାଡିଲାନି କି ଗାଁରେ ପାଣି ପହଞ୍ଚିଲାନି । ଶିକ୍ଷକ ନାହାନ୍ତି କି ଡାକ୍ତର ନାହାନ୍ତି, ରୋଜଗାର ନାହିଁ । 25 ବର୍ଷରେ ବି 1 ନଂ ରାଜ୍ୟ କହୁଥିବା ଲୋକମାନେ ଏସବୁ କରାଇ ପାରିଲେ ନାହିଁ । ଏଠି କେବଳ ଓଡ଼ିଆଙ୍କୁ ଲୁଟି ପକେଟ୍ ଗରମ କରାଯାଉଛି । ଏଇଟାକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଜନସଭାକୁ ଯିବା ପୂର୍ବରୁ ଆଠମଲ୍ଲିକ ତିଳେଶ୍ବରଠାରେ ମା' ପଥରପୁଞ୍ଜି ମନ୍ଦିରରେ ଦେବୀଙ୍କ ଆରାଧନା କରିବା ସହ ଅଞ୍ଚଳବାସୀଙ୍କ ଉତ୍ତରୋତ୍ତର ଉନ୍ନତି ଓ ସମାଜର କଲ୍ୟାଣ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra's call to protect Orthodox Asmita with change | Argus News