ପିଇବା ପାଣି , ଶିକ୍ଷା ଓ ସ୍ବାସ୍ଥ୍ୟ ନେଇ ଧର୍ମେନ୍ଦ୍ର ଙ୍କ ଶାଣିତ ଆକ୍ରମଣ

ଭୁବନେଶ୍ୱର: କଟୁ ସମାଲୋଚନା କଣ ଅଭଦ୍ରାମି । ଧର୍ମେନ୍ଦ୍ରଙ୍କ ନିଶାନାରେ ରାଜ୍ୟର ୨୫ ବର୍ଷର ସରକାର । ପିଇବା ପାଣି , ଶିକ୍ଷା ଓ ସ୍ବାସ୍ଥ୍ୟ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଶାଣିତ ଆକ୍ରମଣ । ମାତ୍ର ରାଜନୈତିକ ସମାଲୋଚନାକୁ ପାଣ୍ଡିଆନଙ୍କ ଅଭଦ୍ରାମି ଅଭିଯୋଗ । ସମାଲୋଚନାକୁ କଦର୍ଥ କରି ସହାନୁଭୁତି ଗୋଟାଇବାକୁ ଚାହୁଁଛନ୍ତି କି ଭୈରବ ?
କଟୁ ସମାଲୋଚନା କଣ ଅଭଦ୍ରାମୀ ?
ଧର୍ମେନ୍ଦ୍ର ଙ୍କ ନିଶାନାରେ ୨୫ ବର୍ଷ ର ରାଜ୍ୟ ସରକାର
ମାତ୍ର ରାଜନୈତିକ ସମାଲୋଚନା କୁ ପାଣ୍ଡିଆନ ଙ୍କ ଅଭଦ୍ରାମି ଅଭିଯୋଗ
ସମାଲୋଚନା କୁ କଦର୍ଥ କରି ସହାନୁଭୁତି ଗୋଟାଇବାକୁ ଚାହୁଁଛନ୍ତି କି ପାଣ୍ଡିଆନ ?
ରାଜନୀତି ରେ ସରକାର ଙ୍କ କାର୍ଯ୍ୟ ଶୈଳୀ କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ଏକ ଚିରାଚରିତ ପ୍ରକ୍ରିୟା । ହେଲେ ଗଣତାନ୍ତ୍ରିକ ସମାଲୋଚନ କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି କାରଣ ରାଜ୍ୟର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ରମନ୍ତ୍ରୀ ଙ୍କ ପ୍ରଶ୍ନ କୁ ଅଭଦ୍ରାମୀ କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ । ରାଜ୍ୟ ବିଜେପି ପକ୍ଷରୁ ଆଜି ହୋଇଥିବା ସାମ୍ବାଦିକ ସମ୍ମୀଳନୀ ରେ ୨୫ ବର୍ଷ ଶାସନ ରେ ରାଜ୍ୟ ମାଳମାଳ ସମସ୍ୟା ନେଇ ସରକାର ଙ୍କୁ ଟାର୍ଗଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଧର୍ମେନ୍ଦ୍ର ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ସମାଲୋଚନା କୁ ଅଭଦ୍ର ଭାଷାରେ ଗାଳି କରାଯାଉଛି ବୋଲି ଭରା ସଭା ମଞ୍ଚ ରେ କହିଛନ୍ତି ପାଣ୍ଡିଆନ ।
। ପାଣି ପାଇଁ ରାସ୍ତା କୁ ଓହ୍ଲାଇଉନ୍ତି ଭୁବନେଶ୍ବ ବାସିନ୍ଦା। ଆଉ ବିଜେଡି କୁ ଭୋଟ ଦେଉଥିଲେ ବି ନିର୍ବାଚନ ପରେ କିଭଳି ନେତା ଙ୍କ ଦେଖା ମିଳୁନି ବୋଲି ଲୋକ କହୁଛନ୍ତି ଥରେ ନଜର ପକାନ୍ତୁ ..
ଏବେ ପ୍ରଶ୍ନ ଲୋକଙ୍କ ସମସ୍ୟା କୁ ନେଇ ଶାସନ ର ସବୁଠୁ ଉପରେ ବସିଥିବା ଲୋକଙ୍କୁ ପ୍ରଶ୍ନ କରିବା କଣ ଅଭଦ୍ରାମୀ ? ବିକାଶ ର କଥା କହି ପ୍ରଚାର କରୁଥିବା ବିଜେଡି କୁ ଦେଖା ଯାଉନି କି ଶିକ୍ଷା , ସ୍ବାସ୍ଥ୍ୟ ଓ ପାନୀୟ ଜଳ ପାଇଁ ଲୋକ ଙ୍କ ଦୟନୀୟ ସ୍ଥିତି ? ନା ସବୁ ଜାଣି ପ୍ରସଙ୍ଗ ଏଡାଇ ଲୋକଙ୍କ ସହାନୁଭୁତି ହାତେଇବାକୁ ଚାହୁଁଛି ବିଜେଡି ?
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
