Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧଉଳିରେ ଜମିଲା “ଆର୍ଟିଷ୍ଟ ମିଟ୍‌ରେ”, ମଣିପୁର ଶିଳ୍ପୀଙ୍କ ଅଦ୍ଭୁତ ପ୍ରଦର୍ଶନ

Odisha

Dhauli Artist Meet / ଧଉଳିରେ ଜମିଲା “ଆର୍ଟିଷ୍ଟ ମିଟ୍‌ରେ”, ମଣିପୁର ଶିଳ୍ପୀଙ୍କ ଅଦ୍ଭୁତ ପ୍ରଦର୍ଶନ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଧଉଳିରେ ଜମିଲା “ଆର୍ଟିଷ୍ଟ ମିଟ୍‌ରେ”, ମଣିପୁର ଶିଳ୍ପୀଙ୍କ ଅଦ୍ଭୁତ ପ୍ରଦର୍ଶନ
Dhauli

Key Points

ଶାନ୍ତିସ୍ତୂପ ନିକଟରେ କଳାର ମହୋତ୍ସବ
ଧଉଳିରେ ଜମିଲା ଅର୍ଟିଷ୍ଟ ମିଟ୍‌
ଛାତ୍ରଛାତ୍ରୀ ହେଲେ ମନ୍ତ୍ରମୁଗ୍ଧ
ଶାନ୍ତିସ୍ତୂପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟରେ “ଆର୍ଟିଷ୍ଟ ମିଟ୍” କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଣିପୁରର ପ୍ରସିଦ୍ଧ ଶିଳ୍ପୀ ଲିଏସନ୍ଥେମ ଈଶ୍ୱରଙ୍କ ସହିତ ଏକ କଳା ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀର କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା ଅତିଥି ଶିଳ୍ପୀଙ୍କ ପରିଚୟ ଦେବା ସହିତ ମଣିପୁରର କଳା ଓ ସଂସ୍କୃତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଡ. ପଞ୍ଚାନନ୍ ସାମଲ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ପରେ ଶିଳ୍ପୀ ଲିଏସନ୍ଥେମ ଈଶ୍ୱର ନିଜ କଳା ଯାତ୍ରା ବିଷୟରେ ଅଭିଜ୍ଞତା ସେୟାର କରିଥିଲେ ଓ ପିପିଟି ମାଧ୍ୟମରେ ନିଜ କଳାକୃତିଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ତାଙ୍କ ଚିତ୍ରମାନଙ୍କରେ ମଣିପୁରର ସାମ୍ପ୍ରତିକ ଘଟଣାବଳୀକୁ ମାନବୀୟ ଆବେଗ, ବ୍ୟଥା ଓ ବେଦନାର ଗଭୀର ଅଭିବ୍ୟକ୍ତି ସହିତ ଚିତ୍ରିତ କରାଯାଇଥିଲା, ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଏହି ଅବସରରେ ଅତିଥି ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା ଓ ଅନସୁୟା ଓଝାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜଣାଇଥିଲା ।

ଏହି ଅବସରରେ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅନସୁୟା ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ରାମଶଙ୍କର ସାହୁ, ଭୂପତି ଭୂଷଣ ପଣ୍ଡା, ସୋଫିଆ ୟସ୍ମିନ, ରାଜେନ୍ଦ୍ର ବର୍ମା, ଲକ୍ଷ୍ମୀଧର ସ୍ୱାଇଁ, ଶିଳ୍ପୀ ସୁଶାନ୍ତ କୁମାର ସିଂ ସାମନ୍ତ, ଦିଲ୍ଲୀପ କୁମାର ସାହୁ, ମାନସ ମହାରଥୀ, ରାଜୀବ ଦେ ଓ ସୁଲୋଚନା ମହାରଣା ପ୍ରମୁଖ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିଳ୍ପୀଙ୍କ ଜୀବନୀ ଓ ତାଙ୍କ ଚିତ୍ର ଶୈଳୀ ବିଷୟରେ ପଚାରି ବୁଝିଥିଲେ । ଏହି 'ଆର୍ଟିଷ୍ଟ ମିଟ୍' କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Artist Meet Held at Dhauli Art College, Manipur Artist Impresses Audience | Argus News