Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odia Youth Rescued from Sudan / ଓଡ଼ିଶାରେ ପହଞ୍ଚିଲେ ସୁଦାନରେ ଫସିଥିବା ଓଡ଼ିଆ ପୁଅ, ବଖାଣିଲେ ଅପହରଣର କଳା କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଓଡ଼ିଶାରେ ପହଞ୍ଚିଲେ ସୁଦାନରେ ଫସିଥିବା ଓଡ଼ିଆ ପୁଅ, ବଖାଣିଲେ ଅପହରଣର କଳା କାହାଣୀ
Odia Youth

Key Points

ସୁଦାନରୁ ଆସି ଓଡ଼ିଶାରେ ପହଞ୍ଚିଲେ ଓଡିଆ ପୁଅ ଆଦର୍ଶ ବେହେରା
ଗତକାଲି ରାତିରେ ଆବୁଧାବିରୁ ବିମାନ ଯୋଗେ ଆସିଥିଲେ ହାଇଦ୍ରାବାଦ
ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଆଦର୍ଶ

ଓଡ଼ିଶାରେ ପହଞ୍ଚିଲେ ସୁଦାନରେ ଫସି ରହିଥିବା ଓଡ଼ିଆ ପୁଅ ଆଦର୍ଶ ବେହେରା । ସୁଦାନରୁ ଆଦର୍ଶ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଆଦର୍ଶ । ରାତିରେ ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଆସିଥିଲେ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଆଦର୍ଶ ।

ସୂଚନା ଅନୁସାରେ, ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିନେଇଥିଲା । ଆଉ ଭୁବନେଶ୍ବର ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା । ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ । ୨,୩ ଦିନ ଜଙ୍ଗଲ ପରେ ଜେଲ୍‌ରେ ରଖିଥିଲେ ବୋଲି କହିଛନ୍ତି ଆଦର୍ଶ । ସେହିପରି ସେ ଆହୁରି କହିଛନ୍ତି, ଭାରତୀୟ ବୋଲି ଜାଣି ନଥିଲେ, ୧୫ରୁ ୨୦ ଜଣ ଅପହରଣ କରିନେଇଥିଲେ । ବନ୍ଦୀ କରି ପ୍ରବଳ ମାଡ଼ ମାରିଥିଲେ । ୨ ରୁ ୩ ଦିନ ଜଙ୍ଗଲ ପରେ ଜେଲରେ ରଖିଥିଲେ । ମୁଁ ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି । ଦେଢ଼ ମାସ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଥିଲି । ଖାଇବାକୁ ମାଂସ ଦେଉଥିଲେ, ହେଲେ ମୁଁ ଖାଉ ନଥିଲି । ବିସ୍କୁଟ ଖାଇ ଗୋଟିଏ ଦିନ ରହୁଥିଲି । ଶାହରୁଖ ଖାନଙ୍କୁ ଜାଣିଛ ବୋଲି ପଚାରୁଥିଲେ ।

ସୂଚନା ଅନୁସାରେ, ୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ଏହାପରେ ଗତ ମାସରେ ଆଦର୍ଶଙ୍କର ଏକ ଭିଡିଓ ଆସିଥିଲା। ସୁଦାନରେ ଫସିଯାଇଥିବାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତାର କିଛିଦିନ ପରେ କାମ କରୁଥିବା କଂପାନୀକୁ ଯାଇଥିବାବେଳେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ।

ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ । ଗଣମାଧ୍ୟମରେ ଏ ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ରଲେଖି ଆଦର୍ଶଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ସେହିପରି ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ । ଆଦର୍ଶଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odia Youth Trapped in Sudan Returns Home, Narrates Harrowing Kidnapping Ordeal | Argus News