Dhauli NSS Camp / ଧଉଳିରେ ଏନ୍ଏସ୍ଏସ୍ ଶିବିର ଉଦ୍ଯାପିତ, ସ୍ୱେଚ୍ଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ
·34 mins ago·2 min read

Key Points
ଧଉଳି ପାହାଡ଼ରେ ସଫେଇ ଅଭିଯାନ
ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଯୋଗଦାନ
ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ

ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ୭ ଦିନିଆ ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଶିବିର ଆୟୋଜିତ ହୋଇଥିଲା । ‘ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା’ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀମାନେ ସାମାଜିକ ସେବା, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସଚେତନତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଶିବିରର ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଶିବିର ଅବସରରେ ଧଉଳି ଶାନ୍ତିସ୍ତୂପ ସମ୍ମୁଖ ଓ ଧଉଳି ପାହାଡ଼ ଚାରିପାଖରେ ସଫେଇ କାର୍ଯ୍ୟକ୍ରମ, ସ୍ୱଚ୍ଛତା ସଚେତନତା ପଦଯାତ୍ରା, ରକ୍ତଦାନ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ସହ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ମାଧ୍ୟମରେ ସ୍ୱେଚ୍ଛାସେବୀମାନଙ୍କୁ ସାମାଜିକ ଦାୟିତ୍ୱବୋଧ, ସ୍ୱଚ୍ଛତାର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା ।
ଶିବିରର ଷଷ୍ଠ ଦିନରେ ଭାରତ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ୱରସ୍ଥିତ ଏନ୍ସିଏସ୍ସି କେନ୍ଦ୍ରର ନିଯୁକ୍ତି ଅଧିକାରୀ ତପନ କୁମାର ରାଉଳ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ସୁଯୋଗ ଓ କ୍ୟାରିୟର ଗଠନ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଏଥିସହ ସେ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତାର ଆବଶ୍ୟକତା ଓ ଏହାର ସାମାଜିକ ଗୁରୁତ୍ୱ ବିଷୟରେ ବୁଝାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଦ୍ଯାପନୀ ଦିବସରେ ମଦନପୁର ମହାବିଦ୍ୟାଳୟର ଅଧ୍ୟାପକ ଉତ୍ପଳ କୁମାର ପ୍ରଧାନ ଓ ଚିତ୍ରଶିଳ୍ପୀ ସୁଶାନ୍ତ କୁମାର ସିଂହ ସାମନ୍ତ ଅତିଥି ଭାବେ ଯୋଗଦେଇ ଏନ୍ଏସ୍ଏସ୍ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସମାଜ ପ୍ରତି ସ୍ୱେଚ୍ଛାସେବୀମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସୃଜନଶୀଳ ମନୋଭାବ ସହ ନିଷ୍ଠା ଓ ଏକାଗ୍ରତା ଜଣେ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ଅତିଥିମାନେ ଶିବିରରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଶିବିରର ପ୍ରତ୍ୟେକ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା ଓ ଲକ୍ଷ୍ମୀଧର ସ୍ୱାଇଁ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

Related Topics
Explore more stories