Videos
|
Odisha

Crime In Odisha / ଚାନ୍ଦା ଦେଇନଥିଲେ ବୋଲି ଅଫିସ୍‌ରେ ପଶି ସ୍ତ୍ରୀର ଇଜ୍ଜତ ନେଇଗଲା ସ୍ଵାମୀର ସାଙ୍ଗ

Sushanta Sahoo
Browse all articles by Sushanta Sahoo
·23 mins ago·2 min read
ଚାନ୍ଦା ଦେଇନଥିଲେ ବୋଲି ଅଫିସ୍‌ରେ ପଶି ସ୍ତ୍ରୀର ଇଜ୍ଜତ ନେଇଗଲା ସ୍ଵାମୀର ସାଙ୍ଗ
Photos Go Viral, Accused Arrested

Key Points

ଅଫିସ୍ ଭିତରେ ସାଙ୍ଗର ସ୍ତ୍ରୀକୁ ବଳପୂର୍ବକ ଦୁଷ୍କର୍ମ । ଥାନାରେ ଏତଲା ପରେ ହାତ ଯୋଡ଼ି କ୍ଷମା ମାଗିଲା ଅଭିଯୁକ୍ତ । ରଫାଦଫା ହୋଇଗଲା ଦୁଷ୍କର୍ମ ଅଭିଯୋଗ ମାମଲା । ଆଉ ଥାନାରୁ ବାହାରିବା ପରେ ଭାଇରାଲ୍ ହେଲା ଦୁଷ୍କର୍ମ ବେଳର ସିସିଟିଭି ଭିଡିଓ ।
ଢେଙ୍କାନାଳ: ଦୁଷ୍କର୍ମ କଲା, ସେଲ୍ଫି ଉଠାଇଲା, ଭାଇରାଲ୍ କଲା । ପ୍ରଥମେ ଅଫିସ୍ ଭିତରେ ସାଙ୍ଗର ସ୍ତ୍ରୀକୁ ବଳପୂର୍ବକ ଦୁଷ୍କର୍ମ । ଥାନାରେ ଏତଲା ପରେ ହାତ ଯୋଡ଼ି କ୍ଷମା ମାଗିଲା ଅଭିଯୁକ୍ତ । ରଫାଦଫା ହୋଇଗଲା ଦୁଷ୍କର୍ମ ଅଭିଯୋଗ ମାମଲା । ଆଉ ଥାନାରୁ ବାହାରିବା ପରେ ଭାଇରାଲ୍ ହେଲା ଦୁଷ୍କର୍ମ ବେଳର ସିସିଟିଭି ଭିଡିଓ ।

ଢେଙ୍କାନାଳ ଟାଉନ୍ ଥାନା ଅଞ୍ଚଳରେ ଥିବା ଏକ ରିୟଲ୍ ଇଷ୍ଟେଟ ଅଫିସ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ ହୋଇଛି । ଏବେ ଉକ୍ତ ସିସିଟିଭି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହା ପରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡା ଓରଫ ବୁଲବୁଲକୁ ଗିରଫ କରିଛି ଢେଙ୍କାନାଳ ଟାଉନ୍ ଥାନା ପୋଲିସ ।

ସିସିଟିଭିରେ ସବୁ ରେକର୍ଡ

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେପ୍ଟେମ୍ବର ୨୨ ତାରିଖ ମଧ୍ୟାହ୍ନରେ ତାଙ୍କ ସ୍ଵାମୀ ତାଙ୍କୁ ଅଫିସ୍‌ରେ ଛାଡ଼ି ଯାଇଥିଲେ । ଅପରାହ୍ଣ ୩ଟା ସମୟରେ ହଠାତ୍ ସ୍ଵାମୀଙ୍କ ସଙ୍ଗ ବୁଲବୁଲ ଆସି ତାଙ୍କ ଅଫିସ୍‌ରେ ପହଞ୍ଚିଥିଲେ । ଗଣେଶ ପୂଜା ଚାନ୍ଦା ଅଫିସ୍ ଦେଇନଥିବା କହିଥିଲେ ବୁଲବୁଲ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ, ବନ୍ଧା ହେଲା ରସିକିଆ ପ୍ରେମିକ 

ଯାହା ପରେ ପୀଡ଼ିତା କହିଥିଲେ, ସାରମାନେ ଆସିଲେ କହିଦେବି । ଯାହାପରେ ଅଭିଯୁକ୍ତ ବାହାରକୁ ଯିବା ସହ ହଠାତ୍ ୫ ମିନିଟ୍ ପରେ ଅଫିସ୍‌ ଭିତରକୁ ପଶିଥିଲା । ପୀଡ଼ିତା ସିଟ୍‌ରେ ବସିଥିବା ବେଳେ ଜୋର ଜବରଦସ୍ତି ତାଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିଥିଲା । ଏପରିକି ସିସିଟିଭିରେ ସବୁ ରେକର୍ଡ ହେଉଥିବା ବେଳେ ଅଭିଯୁକ୍ତ ସେହି ସମୟର ଫଟୋ ଓ ଭିଡିଓକୁ ତା' ମୋବାଇଲ୍‌ରେ ଉତ୍ତୋଳନ କରିଥିଲା ।

ଫଟୋ ଭାଇରାଲ୍ ଧମକ

ଦୁଷ୍କର୍ମ ପରେ ଅଭିଯୁକ୍ତ ବୁଲବୁଲ କାହାରିକୁ ଏନେଇ ଜଣାଇଲେ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ଧମକ ଦେଇଥିଲା । ଯାହାପରେ ପୀଡ଼ିତା ଏନଇ ସ୍ଵାମୀଙ୍କୁ ଜଣାଇବା ସହ ସେହିଦିନ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ବୁଲବୁଲ ଓ ତାଙ୍କ ପରିବାର ପୀଡ଼ିତାଙ୍କୁ ଭୁଲ୍ ମାଗିବା ସହ ମୋବାଲ୍‌ରୁ ଫଟୋ ଡିଲିଟ୍ କରିବାର ପ୍ରତିଶ୍ରୁତିରେ ମାମଲାର ଅନ୍ତ ଘଟିଥିଲା ।

କିନ୍ତୁ ହଠାତ୍ ଅକ୍ଟୋବର ୩୦ରେ ବୁଲବୁଲ ଉଠାଇଥିବା ଅଶ୍ଳୀଳ ଫଟୋ ମୋବାଇଲ୍‌ରୁ ମୋବାଇଲକୁ ଭାଇରାଲ୍ ହୋଇଥିଲା । ଫଳରେ ପୀଡ଼ିତା ଘରୁ ପଦାକୁ ବାହାରି ପାରି ନଥିଲେ । ଫଳରେ ଅକ୍ଟୋବର ୩୧ ତାରିଖରେ ପୁଣି ଥରେ ଟାଉନ୍ ଥାନା ପୋଲିସରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓରଫ ବୁଲବୁଲକୁ ଗିରଫ କରିଛି ।