False Promise / ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ, ବନ୍ଧା ହେଲା ରସିକିଆ ପ୍ରେମିକ
·24 mins ago·1 min read

Key Points
ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ,
ବନ୍ଧା ହେଲା ରସିକିଆ ପ୍ରେମିକ ବାରିସା ସୋରେନ
ବାରିସା ସୋରେନଙ୍କୁ ଗିରଫ କଲା ମହିଳା ଥାନା ପୋଲିସ
ବନ୍ଧା ହେଲା ରସିକିଆ ପ୍ରେମିକ ବାରିସା ସୋରେନ
ବାରିସା ସୋରେନଙ୍କୁ ଗିରଫ କଲା ମହିଳା ଥାନା ପୋଲିସ
ଭୁବନେଶ୍ୱର,୩୧/୧୦: ପ୍ରେମର ଜାଲରେ ଫସାଇଲେ, ବିବାହର ସ୍ୱପ୍ନ ଦେଖାଇଲେ। ଆଉ ଦୁଇ ବର୍ଷର ସମ୍ପର୍କ ପରେ ଧୋକା ଦେଇଥିବାର ସାଙ୍ଘାତିକ ଅଭିଯୋଗ! ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣାକୁ ନେଇ ଏବେ ଥାନାରେ ପହଞ୍ଚିଛି ମାମଲା। ଜଣେ ଯୁବତୀଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇ ବର୍ଷ ଧରି ଶାରୀରିକ ଶୋଷଣ କରିଥିବା ଅଭିଯୋଗରେ ବାରିସା ସୋରେନଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ।
ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ସମୟରେ ସାଲିଆସାହିରେ ଯୁବତୀଙ୍କ ସହ ବାରିସାଙ୍କ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଏବଂ ଏହା ପ୍ରେମ ସମ୍ପର୍କର ରୂପ ନେଇଥିଲା। ଯୁବକ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ପଢନ୍ତୁ ଏହି ଖବର: AI ଫଟୋ ତିଆରି ବ୍ଲାକମେଲ୍,୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ !
ହେଲେ ଦୁଇ ବର୍ଷର ସମ୍ପର୍କ ପରେ ବିବାହ ପ୍ରସଙ୍ଗ ଉଠିବାରୁ ଯୁବକ ଜଣକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏହାପରେ ନ୍ୟାୟ ପାଇଁ ମହିଳା ଥାନାରେ ପହଞ୍ଚିଥିଲେ ଯୁବତୀ। ଗତ ୭ ତାରିଖରେ ସେ ଏନେଇ ଲିଖିତ ଏତଲା ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ମହିଳା ଥାନା ପୋଲିସ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ କଟକରୁ ଅଭିଯୁକ୍ତ ବାରିସା ସୋରେନଙ୍କୁ ଗିରଫ କରିଛି ପୋଲିସ। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Related Topics
Explore more stories