SchoolClosure / ଲଗାଣ ବର୍ଷାରେ ଜଳମଗ୍ନ ଢେଙ୍କାନାଳ: ବନ୍ଦ ରହିବ ସ୍କୁଲ, କଲେଜ
·1 month ago·2 min read

Key Points
ବର୍ଷା ଉଠିଲେ ମନରେ ଛନକା ପଶୁଛି
କିଛି ଦିନ ହେଲା ଢେଙ୍କାନାଳରେ ବର୍ଷା ବିପର୍ଯ୍ୟୟ ଘଟିଛି
ସ୍କୁଲ କଲେଜ ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି

ବର୍ଷା ଉଠିଲେ ମନରେ ଛନକା ପଶୁଛି। କିଛି ଦିନ ହେଲା ଢେଙ୍କାନାଳରେ ବର୍ଷା ବିପର୍ଯ୍ୟୟ ଘଟିଛି। ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି। ଜଳବନ୍ଦୀରେ କଟୁଛି ଜୀବନ। ସ୍କୁଲ କଲେଜ ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୁଣି ବର୍ଷା ଛାଡିବାକୁ ଅପେକ୍ଷା। ରାସ୍ତାଘାଟ ନାଳ ନର୍ଦ୍ଦମା ସବୁ ଏକାକାର। ଏମିତି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଢେଙ୍କାନାଳ ସହରର। ପ୍ରବଳ ବର୍ଷା ହୋଇ ପାଣି ସହ ରାସ୍ତା ସବୁ ଏକାକାର ହୋଇଗଲାଣି। ପିଲାମାନଙ୍କୁ ସୁରକ୍ଷିତ ରଖିବାପାଇଁ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଏହାସହ ପଢ଼ନ୍ତୁ: ପୁଣି ଖୋଲିଲା ହୀରାକୁଦ ଗେଟ୍ ମହାନଦୀ କୂଳରେ ଆଲର୍ଟ
ଇଏ ଏଠିକାର ବାସିନ୍ଦାଙ୍କ ବର୍ଷା ଦିନେ ସବୁଦିନିଆ ଘଟଣା। ଲଗାଣ ବର୍ଷା ଓ ସାପୁଆ ନଦୀର ବଢ଼ି ପୁରୁଣା କଟକ - ସମ୍ବଲପୁର ରାସ୍ତାର ସ୍ଥିତିକୁ ଜଟିଳ କରିଦେଇଛି। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଭାପୁର ଅଞ୍ଚଳ ଦେଇ ଯାଇଥିବା ଏହି ରାସ୍ତା ବିଭିନ୍ନ ସ୍ଥାନରେ ଧୋଇ ହୋଇ ବିପଦପୂର୍ଣ୍ଣ ହୋଇପଡ଼ିଛି। ଅନେକ ଗ୍ରାମରେ ପାଣି ପଶିବା ସହ ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେବା ଦେଖାଦେଇଛି। ସେଥିପାଇଁ ସ୍କୁଲ କଲେଜ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ଲଗାଣ ବର୍ଷା ପରେ ସାପୁଆ ନଦୀରେ ବଢ଼ି ଆସିବାରୁ ଭାପୁର ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଛି। ନଦୀ କୂଳବର୍ତ୍ତୀ ଧୀରପାଟଣ, କାମଧେନୁକୋଟ, ବାଲିଅମ୍ବା, ସରକପାଟଣା, ଅଉଖମା, କାକୁଡିଭାଗ ଓ ହରିଡାପଶି ଭଳି ଅନେକ ଗ୍ରାମରେ ପାଣି ପଶି ରାସ୍ତାଘାଟ ନଷ୍ଟ ହୋଇଯାଇଛି।
ବିଶେଷକରି ଏହି ଅଞ୍ଚଳ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କେତେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ରାସ୍ତା ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହା ସତ୍ତ୍ୱେ ଜୀବନକୁ ବାଜି ଲଗାଇ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ଲୋକମାନେ ତୁରନ୍ତ ରାସ୍ତା ତୁରନ୍ତ ମରାମତି ଓ ବିପଦପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ଆଗାମୀ ୩ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Related Topics
Explore more stories