Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହୀରାକୁଦରେ ବ୍ୟାପୁଛି ଡାଇରିଆ, ସିଡିଏମଙ୍କୁ ଫୋନ୍‌ କଲେ ଧର୍ମେନ୍ଦ୍ର

Odisha

ହୀରାକୁଦରେ ବ୍ୟାପୁଛି ଡାଇରିଆ, ସିଡିଏମଙ୍କୁ ଫୋନ୍‌ କଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ହୀରାକୁଦରେ ବ୍ୟାପୁଛି ଡାଇରିଆ, ସିଡିଏମଙ୍କୁ ଫୋନ୍‌ କଲେ ଧର୍ମେନ୍ଦ୍ର

Key Points

  • ହୀରାକୁଦରେ ବ୍ୟାପୁଛି ଡାଇରିଆ, ଚିନ୍ତାରେ ଧର୍ମେନ୍ଦ୍ର
  • ସକାଳୁ ସକାଳୁ ସିଡିଏମଙ୍କୁ କଲେ ଫୋନ୍‌
  • ଲୋକଙ୍କୁ ସବୁପ୍ରକାର ସୁବିଧା ଯୋଗାଇବାକୁ ଦେଲେ ପରାମର୍ଶ
     

ହୀରାକୁଦରେ ବ୍ୟାପିଲାଣି ହଇଜା । ଦିନ ଯେତିକି ଯେତିକି ଗଡୁଛି, ହଇଜା ବି ସେତିକି ସେତିକି ବଢୁଛି । ଆଉ ଏହାରି ଭିତରେ କିନ୍ତୁ ଲୋକଙ୍କ ପାଇଁ ଗମ୍ଭୀର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଇଥି ଲାଗି ତ ସକାଳୁ ସକାଳୁ ଫୋନ୍‌ କଲେ ସିଡିଏମଓଙ୍କୁ । ଖାଲି ଫୋନ୍‌ କଲେ ତାହା ନୁହେଁ ବରଂ କେମିତି ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ପରାମର୍ଶ ବି ଦେଲେ । ଆଉ ଏହି କଥା ଜଣାପଡିବା ପରେ ପୂରା ଏରିୟାରେ ଧର୍ମେନ୍ଦ୍ରଙ୍କୁ କରାଯାଉଛି ପ୍ରଶଂସା । 
ସମ୍ବଲପୁରର ହୀରାକୁଦରେ ବ୍ୟାପୁଥିବା ହଇଜା, ଝାଡାବାନ୍ତି, ଅନେକ ଜଣଙ୍କ ଜୀବନ ନେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ବ ଦେବା ସହ ସଠିକ ଚିକିତ୍ସା କିପରି ଯୋଗାଯାଇ ପାରିବ ସେ ନିମନ୍ତେ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ।

ଯାହାକୁ ନେଇ ସୁଜାତା ରାଣୀ କହିଥିଲେ , ଚିକିତ୍ସାଧୀନ ଲୋକମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ । ସେମାନେ କିପରି ସଠିକ ସ୍ବାସ୍ଥ୍ୟସେବା ପାଇ ପାରିବେ ଏବଂ ଖୁବଶୀଘ୍ର ସୁସ୍ଥ ହେବେ ସେନେଇ ପୁରା ଚେଷ୍ଟା କରୁଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବରର ଡାକ୍ତରୀ ଟିମ ହୀରାକୁଦରେ ପହଞ୍ଚିବା ନେଇ ସୂଚନା ରହିଛି ।ତେବେ କେନ୍ଦ୍ରମନ୍ତ୍ରୀ ଏକ୍ସ ହ୍ୟାଣ୍ଡଲରେ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଅମରଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି । ସମସ୍ତଙ୍କ ଆରୋଗ୍ୟ ପାଇଁ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

ପୂର୍ବରୁ ଅନେକ ଥର ଧର୍ମେନ୍ଦ୍ର ଓଡିଆ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁବିଧା ଉପରେ ଚିନ୍ତା କରିଛନ୍ତି ।ରାଜନୈତିକ ଜୀବନରୁ ସମୟ କାଢି ବ୍ୟକ୍ତିଗତ ଭାବେ ବିନା ସ୍ବାର୍ଥରେ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆଶନ୍ତି ଧର୍ମେନ୍ଦ୍ର । ଗତି କିଛିଦିନ ତଳେ ସୁରତରେ କାମ କରୁଥିବା ଜଣେ ଶ୍ରମିକ ଉପର ମହଲାରୁ ତଳେ ପଡି ଯାଇଥିବା ବେଳେ ତାଙ୍କର ବ୍ରେନ ହାମରେଜ ହୋଇ ଯାଇଥିଲା । ଚିକିତ୍ସା ହୋଇ ସାମାନ୍ୟ ସୁସ୍ଥ ହେବା ପରେ ଗାଁ କୁ ଫେରିବାକୁ ଅର୍ଥର ସୁବିଧା ନଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଘଟଣାକୁ ଗୁରୁତ୍ବ ଦେଇ ତାଙ୍କୁ ଓଡିଶା ଫେରାଇ ଆଣିବାରେ ପୁରା ସହାୟତା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ସେତିକି ନୁହେଁ ଗତ କିଛିଦିନ ତଳେ ମାଲେସିଆରୁ ଜଣେ ଓଡିଆଙ୍କ ମୃତଦେହ ଓଡିଶା ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ ଧର୍ମେନ୍ଦ୍ର ।
କୋଭିଡ ସମୟରେ ଧର୍ମେନ୍ଦ୍ରଙ୍କର ଅବଦାନକୁ ଆଜି ବି ଭୁଲିନାହାନ୍ତି ପ୍ରିତିଶ ବାସା । ଧର୍ମେନ୍ଦ୍ରଙ୍କ ମହତ ସାହାଯ୍ୟ ପାଇଁ ନିଜ ପୁଅର ମୁହଁକୁ ଶେଷ ମୁହୁର୍ତ୍ତରେ ଦେଖିପାରିଥିଲେ । କୋଭିଡ ସମୟରେ ତାଙ୍କ ପୁଅ ମିତ୍ ହିମାଚଳ ପ୍ରଦେଶରେ ପ୍ରାଣ ହରାଇଥିଲେ । ହେଲେ ନିଜ ପୁଅକୁ ଫେରାଇ ଆଣି ଥରେ ଶେଷ ଦର୍ଶନ କରିବାକୁ ପ୍ରିତିଶ ବ୍ୟାକୁଳ ହେଉଥିବା ବେଳେ ଧର୍ମେନ୍ଦ୍ର ଏବଂ ପତ୍ନୀ ମୃଦଳା ତାଙ୍କୁ ସହାୟତାର ହାତ ବଢାଇ ତାଙ୍କ ପୁଅର ମରଶରୀର ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ ।
ରାଜନୈତିକ ଜୀବନରେ ବି ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବା ଏବଂ କରି ଦେଖାଇବା ତାଙ୍କୁ ଓଡିଆଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି ।
 

https://youtu.be/_yHzK5ymccc?si=P9qZMp9CNtLgQ45b
Sponsored
Diarrhea is spreading in Hirakud, Dharmendra called CDM | Argus News