Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁରୁଲରେ ଡାଇରିଆ ଆତଙ୍କ: ୪ ମୃତ

Ritu Das
Browse all articles by Ritu Das
·1 year ago·1 min read
କୁରୁଲରେ ଡାଇରିଆ ଆତଙ୍କ: ୪ ମୃତ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକର ଲଖପାଲି ପରେ ଏବେ କୁରୁଲ ଗାଁରେ ବ୍ୟାପିଲା ଝାଡାବାନ୍ତି I ଗତ ୧୭ ତାରିଖରୁ ଡାଇରିଆ ବ୍ୟାପିଥିବା ବେଳେ ଏଥିରେ ୫୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି I ମୃତକ ମଧ୍ୟରେ ଦୁଇ ମହିଳା ଓ ଦୁଇ ପୁରୁଷ ରହିଛନ୍ତି । ତେବେ ଗାଁ ଲୋକେ ନଳକୂପ ଓ ଆରଡବ୍ଲୁ ଏସଏସ ଦ୍ୱାରା ଯୋଗାଇ ଦିଆ ଯାଉଥିବା ପାଣି ବ୍ୟବହାର କରିଥାନ୍ତି। ଏଥିସହ ଗାଁ ପୋଖରୀ ପାଣି ମଧ୍ୟ ବ୍ୟବହାର କରନ୍ତି । ହେଲେ କେଉଁ କାରଣରୁ ଏଭଳି ସ୍ଥିତି ଉପୁଜିଛି ତାହା ଗାଁଲୋକେ ଜାଣି ନାହାଁନ୍ତି। 

ଗାଁର ପ୍ରତ୍ୟେକ ଘରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି l ଜ୍ୱର ହେବା ସହ ଦୁଇ ଦିନ ଝାଡାବାନ୍ତି ହେବା ପରେ କିଛି ରୋଗୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣ ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗାଁ ଲୋକେ କହିଛନ୍ତି । ସେପଟେ ଗାଁରେ ଡାକ୍ତରୀ ଟିମ୍ ନିୟୋଜିତ ଥିବା ସହ ଘରକୁ ଘର ବୁଲି ଚିକିତ୍ସା କରୁଛନ୍ତି I ଅନ୍ୟପଟେ ଡାଇରିଆରେ ୫୪ ଜଣ ଆକ୍ରାନ୍ତ ଓ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ସିଡିଏମଓ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diarrhea | Argus News