ମାଲକାନଗିରିରେ ଡାଇରିଆ ଆତଙ୍କ
·1 year ago

ଅର୍ଗସ ବ୍ୟୁରୋ: ମାଲକାନଗିରିରେ ଡାଇରିଆ ଆତଙ୍କ । ଜିଲ୍ଲାର ଏକ ସପ୍ତାହ ମଧ୍ୟରେ ୫୦ରୁ ଊର୍ଦ୍ଧ୍ଵ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୫ ଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ସ୍ବାସ୍ଥ୍ୟ ବିଭାଗ ଏହାରୁ ଗୁରୁତର ସହିତ ନେଇଥିବା ଜଣାପଡ଼ିଛି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାଇରିଆ ରୋଗର ଚିକିତ୍ସା ପାଇଁ ରହିଥିବା କକ୍ଷରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: