Videos
|
Odisha

ପାରାଦୀପ ଗଡ଼ରେ ଡାଇରିଆ ଆତଙ୍କ

Ritu Das
Browse all articles by Ritu Das
·2 years ago·1 min read
ପାରାଦୀପ ଗଡ଼ରେ ଡାଇରିଆ ଆତଙ୍କ

ଅର୍ଗସ: ପାରାଦ୍ଵୀପ ଗଡ ଗ୍ରାମରେ ଝାଡା ବାନ୍ତି ବ୍ୟାପିବା ଘଟଣା ଆଜି ସ୍ଥିତି ଯାଞ୍ଚ କରିଛି ସ୍ଵାସ୍ଥ୍ୟ ବିଭାଗ। ୮ ଜଣିଆ ଟିମ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଆସି ଆକ୍ରାନ୍ତ ହୋଇଥିବା ପରିବାରକୁ ଭେଟିବା ସହ କେମିତି ଝାଡାବାନ୍ତି ବ୍ୟାପିଲା ପଚାରିବୁଝିଥିଲେ। ଏହା ସହ ଛୋଟଛୋଟ ପିଲା ମାନଙ୍କ ମଳ ସଂଗ୍ରହ କରିଛନ୍ତି ।  ଦୁଇଟି ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର ଆଉ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । 

ଝାଡାବାନ୍ତିରେ ସେମାନଙ୍କ ମଧ୍ୟରୁ ଜଣେ ଶନିବାର କଟକରେ ଚିକିତ୍ସିତ ହେଉଥିବା ବେଳେ କାଲି ଆଉ ଜଣେ କଟକ ଯାଇ ଚିକିତ୍ସିତ ହେଉଥିବା ପରିବାର ଲୋକେ କହିଛନ୍ତି। ୧୪ ଦିନ ତଳେ ପରିବାରର ୭୦ ବର୍ଷୀୟ ବୃଦ୍ଧ ଦିଜ ରାଉତଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ଦିନରେ ଶନିବାର ପୁତୁରା ବିପିନ ରାଉତଙ୍କ ମୃତ୍ୟୁ ହୋଇଛି। ପରିବାରର ଦୁଇଜଣ ଝିଅ ଏବେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି। ଘର ନିକଟରେ ଯାଇଥିବା ଭଙ୍ଗା ଡ୍ରେନ ଯୋଗୁ ନିକଟରେ ଥିବା ପାଇପ ପାଣି ପିଇ ଏହି ଝାଡାବାନ୍ତି ବ୍ୟାପି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Diarrhea | Argus News