Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଇରିଆ ପାଇଁ ଫିକା ପଡିଲା ନୂଆଖାଇ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡାଇରିଆ ପାଇଁ ଫିକା ପଡିଲା ନୂଆଖାଇ

ଅର୍ଗସ ବ୍ୟୁରୋ:  ଡାଇରିଆ ପାଇଁ ଫିକା ପଡିଲା ନୂଆଖାଇ। ଦୁର୍ଗମ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । ଝାଡାବାନ୍ତିରେ ଜୀବନ ଯାଉଥିବା ବେଳେ ଅନେକ ଡାଇରିଆ ରୋଗୀ ଚିକିତ୍ସାଧିନ ଅଛନ୍ତି । ବଲାଙ୍ଗୀର ଆଦିବାସୀ ଅଧୁଷିତ ବଙ୍ଗୋମୁଣ୍ଡା ବ୍ଲକର ଶେଷ ସୀମା  ଚାନ୍ଦୋତରା ଗାଁରେ ଡାଇରିଆ ଆତଙ୍କ ବଢିବାରେ ଲାଗିଛି ।  ଗାଁର ପ୍ରାୟ ୩୦ ରୁ ଅଧିକ ଲୋକେ  ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ  ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।  ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।

ଝାଡ଼ାବାନ୍ତି ପରେ ରୋଗୀଙ୍କୁ  ପ୍ରଥମେ ସିନ୍ଧେକେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ରୋଗୀଙ୍କୁ  ବଲାଙ୍ଗୀର, ଟିଟିଲାଗଡ, ଭବାନୀପାଟଣା, ଖଡ଼ିଆଳ ସହ ବିଭିନ୍ନ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଉଛି । ରୋଗ ପାଇଁ ଗାଁ ଲୋକେ ଆତଙ୍କିତ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ଝାଡାବାନ୍ତି ବ୍ୟାପିବାର ପ୍ରକୃତ କାରଣ ବର୍ତ୍ତମାନ ଯାଏଁ ଜଣା ପଡିନ୍ତି। ତେବେ ନଦୀ ପାଣି ପିଇ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଗୋଟିଏ ପଟେ ନୂଆଖାଇ ପାଇଁ ପଶ୍ଚିମ ଓଡିଶା ଉତ୍ସଵ ମୁଖର ଥିବା ବେଳେ ଚାନ୍ଦୋତରା ଗାଁରେ ଡାଇରିଆ ଆତଙ୍କ ପାର୍ବଣକୁ ଫିକା କରି ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
diarrhea terror in balangir | Argus News