Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଉରକେଲା, ହୀରାକୁଦ ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ

Odisha

ରାଉରକେଲା, ହୀରାକୁଦ ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରାଉରକେଲା, ହୀରାକୁଦ ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ
  • ରାଉରକେଲା, ହୀରାକୁଦ ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ
  • ଓଡ଼ପଡ଼ା ବ୍ଲକ୍ କୁଞ୍ଜବିହାରୀପୁରରେ ଚାଲିଗଲା 2 ଜଣଙ୍କ ଜୀବନ
  • ବିଜେଡି ଶାସନର 24 ବର୍ଷର ଅପାରଗତା
  • ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଚରମ ବିଫଳତା
  • ପାନୀୟ ଜଳ ପାଇଁ ସାରା ରାଜ୍ୟରେ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା
  • ବିଜେଡି ସରକାରଙ୍କ ବିରୋଧରେ ଖଡ଼ଗହସ୍ତ ମହିଳା

ଅର୍ଗସ ବ୍ୟୁରୋ:  ସମ୍ବଲପୁରରୁ ନେଇ ନବରଙ୍ଗପୁର। ସୁନ୍ଦରଗଡ଼ରୁ ଅନୁଗୁଳ। ସାରା ରାଜ୍ୟରେ ଲୋକେ ଭୋଗୁଛନ୍ତି ପାନୀୟ ଜଳ ଦୁର୍ଦ୍ଦଶା। ବିଜେଡି ଶାସନର 24 ବର୍ଷ ପରେ ବି ସାମାନ୍ୟ ପିଇବା ପାଣି ପାଇଁ ସାରା ଓଡ଼ିଶାର ଲୋକେ କେମିତି ଡହଳ ବିକଳ । ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମାଳ ମାଳ ମିଛ ପ୍ରଚାର କରି ବିଜେଡି ସରକାର କେମିତି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ତାର ପ୍ରମାଣ ହେଉଛି ଏ ସବୁ ଦୃଶ୍ୟ।

ପାନୀୟ ଜଳ ଯୋଗାଣରେ ବିଜେଡି ସରକାରର ଚରମ ଅପାରଗତା ଓ ବିଫଳତାର ସଦ୍ୟ ପ୍ରମାଣ ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲାରୁ । ଯେଉଁଠି ଦୂଷିତ ପାନୀୟ ଜଳ ପିଇ ଲୋକେ ଝାଡ଼ାବାନ୍ତିରେ ପଡୁଛନ୍ତି । ଓଡ଼ପଡ଼ା ବ୍ଲକ୍ ନୟାଭାଗିରଥୀପୁର ଗାଁରେ ଝାଡ଼ାବାନ୍ତିରେ 2 ଜଣଙ୍କର ଜୀବନ ଗଲାଣି, ଗାଁର 20ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । 10 ଦିନ ତଳେ ନିକଟସ୍ଥ  ଖଡ଼ଗପ୍ରସାଦ ଗାଁରେ ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ବଡ଼ କଥା ହେଲା ସ୍ଥାନୀୟ ବିଜେଡି ବିଧାୟକ ସୁଧୀର ସାମଲଙ୍କ ନିଜ ଗାଁ ହେଉଛି ଖଡ଼ଗପ୍ରସାଦ ।

ସେପଟେ ସମ୍ବଲପୁର ହୀରାକୁଦରେ ଦୂଷିତ ପାଣି ପିଇ 200ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲାଣି, ଗଲାଣି 3 ଜଣଙ୍କର ଜୀବନ। ବିଶୁଦ୍ଧ ପାଣି ଯୋଗାଣ ନାଁରେ ଚୁଟି, ପୋକ ଓ ଆର୍ବଜନା ମିଶିଥିବା ପାଣି ଯୋଗାଉଛନ୍ତି ରାଜ୍ୟ ସରକାର। ଦିନକ ତଳେ ଏହି ପାଣି ଦେଖାଇ  ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଘେରିଥିଲେ ହୀରାକୁଦ କାଲୁପଡ଼ାବାସୀ ।  ଡିସେମ୍ବର ମାସରେ ରାଉରକେଲା ମହାନଗର ଓ ସୁନ୍ଦରଗଡ଼ ସହରରେ ଲୋକଙ୍କ ପାଇଁ କାଳ ହୋଇଥିଲା ଦୂଷିତ ପାନୀୟ ଜଳ। ବହୁ ପ୍ରଚାରିତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ରାଜ୍ୟ ସରକାର ଯୋଗାଉଥିବା ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ପ୍ରାୟ 1600 ଲୋକ, ପ୍ରାୟ 20ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ବ୍ୟାପୁଛି ମହାମାରୀ। ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ବସୁଧା ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଜେଡି ସରକାରର ବିଫଳତାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଓଡ଼ିଶାବାସୀ। ପୁଣି ଏବେ ଖରା ଆରମ୍ଭରୁ ସାରା ରାଜ୍ୟରେ ପାଣି ପାଇଁ ହାହାକାର। ସବୁଠାରୁ ବେଶୀ ପ୍ରଭାବିତ ହେଉଛି ମହିଳାଙ୍କ ଜୀବନ। କେଉଁଠି ଚୁଆ ପାଣି ପିଉଛନ୍ତି ଲୋକେ ତ ଆଉ କେଉଁଠି ପାଣି ମୁନ୍ଦେ ପାଇଁ ବାଲଟି, ଗରା, ମାଠିଆ ଧରି କିଲୋମିଟର ଧରି ଚାଲି ଚାଲି ଯାଉଛନ୍ତି ମହିଳା। ଫଳରେ ରାଜ୍ୟ ବିଜେଡି ସରକାରଙ୍କ ବିରୋଧରେ ମହିଳା ଖଡ଼ଗହସ୍ତ। କୁହାଯାଉଛି 24 ମହାଲଢ଼େଇରେ ପାଣି ହେଉଛି ମୁଖ୍ୟ ପ୍ରସଙ୍ଗ। ପାନୀୟ ଜଳ ଯୋଗାଣରେ ଅପାରଗତା ବିଜେଡି ସରକାର ପାଇଁ ପାଲଟିବ କାଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
diarrhea terror in dhenkanal | Argus News