Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୀରାକୁଦରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହୀରାକୁଦରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି

ଅର୍ଗସ ବ୍ୟୁରୋ:  ହୀରାକୁଦରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । ଗତକାଲି ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ମୃତକ ହୀରାକୁଦ ନ୍ୟୁ ମାର୍କେଟ ପଡାର ବିମଳ ସୁନା । ଝାଡ଼ାବାନ୍ତି ହେବାପରେ ସେ କିଛି ଦିନ ହେଲା ବୁର୍ଲା ଭିମସାର ଚିକିତ୍ସିତ ହେଉଥିଲେ । ପୂର୍ବରୁ କାଲୁପଡା, ଭେଜରପାଲି ଓ ନ୍ୟୁମାର୍କେଟ ପଡାର ଜଣେ ଲେଖାଏ ଜୀବନ ଯାଇଥିଲା । ବର୍ତ୍ତମାନ ସୁଦ୍ଧା  ଝାଡ଼ାବାନ୍ତିରେ ୪ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଘରେ ଘରେ ଶୁଦ୍ଧ ପାନୀୟ ଜଳ ପହଞ୍ଚିବ ନାରା ଦେଉଛନ୍ତି ରାଜ୍ୟ ସରକାର । ହେଲେ ହୀରାକୁଦରେ ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ରାଜ୍ୟ ସରକାର । ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ମାନୁନଥିଲେ ରାଜ୍ୟ ସରକାର । 4 ଜଣଙ୍କ ଜୀବନ ଯିବା ପରେ ଧରାପଡିଛି ରାଜ୍ୟ ସରକାରଙ୍କ ମିଛ । ଯାହାକି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାର ବାସ୍ତବତାକୁ ନେଇ ଉଠାଇଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
diarrhea terror in hirakud | Argus News