Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣି ପାଇଁ ହାହାକାର,  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି

Odisha

ପାଣି ପାଇଁ ହାହାକାର,  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ହାହାକାର,  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି

ଅର୍ଗସ ବ୍ୟୁରୋ:  ସାରା ରାଜ୍ୟରେ ପାଣି ପାଇଁ ହାହାକାର। ବିଶୁଦ୍ଧ ପାଣି ଯୋଗଇବାରେ ଚବିଶି ବର୍ଷର ବିଜେଡି ସରକାର ବିଫଳ ହୋଇଛନ୍ତି ।  ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି । ପାଣି ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ବୁନ୍ଦେ ବିଶୁଦ୍ଧ ପାଣି ଦେବାରେ ବିଫଳ ଏଇ ସରକାର । ଶୁଦ୍ଧ ପାଣି ଯୋଗାଇବାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଏବେ ସମ୍ବଲପୁରରେ ପାଣି ଅପାରଗତା ଲୁଚାଇବାକୁ ମିଛ ପ୍ରଚାର। ସମ୍ବଲପୁର ଓ ହୀରାକୁଦରେ  ସରକାରଙ୍କ ଅପାରଗତା  ସାମ୍ନାକୁ ଆସିଛି ।  ହୀରାକୁଦରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଲା।  3 ଜଣଙ୍କ ଜୀବନ ଗଲା ଶହେରୁ ଅଧିକ ଆକ୍ରାନ୍ତ ହେଲେଣି । ହୀରାକୁଦ ପରେ ସମ୍ବଲପୁରରେ ବି ବ୍ୟାପିଲା ଝାଡ଼ାବାନ୍ତି। ଧରାପଡ଼ିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାରଙ୍କ ମିଛ ପ୍ରଚାର। ବଦନାମ ହେଲେ ବିଜେଡି ସରକାର। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ, ଗାଁରେ ଶୁଦ୍ଧ ପିଇବା ପାଣି ନାହିଁ। ଲୋକେ କିପରି ରହିବେ କଣ କରିବେ, ତାକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
diarrhea terror in hirakud | Argus News