Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୁର୍ଗମରେ ଝାଡାବାନ୍ତି ଆତଙ୍କ, 10 ରୁ ଉର୍ଦ୍ଧ ଆକ୍ରାନ୍ତ

Odisha

ଦୁର୍ଗମରେ ଝାଡାବାନ୍ତି ଆତଙ୍କ, 10 ରୁ ଉର୍ଦ୍ଧ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ଦୁର୍ଗମରେ ଝାଡାବାନ୍ତି ଆତଙ୍କ, 10 ରୁ ଉର୍ଦ୍ଧ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ:  କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ କାୟାବିସ୍ତାର କଲାମୃଣି ଝାଡାବାନ୍ତି। ବାଗଦେରି ପଞ୍ଚାୟତର ମୁଣ୍ଡାପୁଟରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କିଛିଦିନ ମଧ୍ୟରେ ପ୍ରାୟ 10 ରୁ ଉର୍ଦ୍ଧ ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି।  କୁନ୍ଦୁରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମୁଣ୍ଡାପୁଟର 6ରୁ ଉର୍ଦ୍ଧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତିl

ଝାଡାବାନ୍ତିରେ ସ୍ଥାନୀୟ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ ଟିମ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରୁଛି l କୁନ୍ଦୁରା ମେଡିକାଲ ଇନଚାର୍ଜଙ୍କ କହିବା ଅନୁଯାଇ ଗ୍ରାମବାସୀ ମାନେ ଛତୁ ଓ ବାଉଁଶ କରଡି ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମାଞ୍ଚଳରେ ଝାଡାବାନ୍ତି ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସ୍ୱସ୍ଥତା ଏବଂ ସଚେତନତା ଅଭାବରୁ ଲୋକେ ଝାଡାବାନ୍ତିରେ ପଡୁଛନ୍ତି। ଏଥିରୁ ମୁକୁଳିବା ପାଇଁ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାର ଆବସ୍ୟକତା ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
diarrhea Violent panic attack in Durgam, more than 10 cases | Argus News