Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ତ୍ରୀ କୁ ଫେରାଇ ଆଣିବାକୁ ଦଣ୍ଡ ମାରିଲେ ଦିବ୍ୟାଙ୍ଗ ସ୍ବାମୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ସ୍ତ୍ରୀ କୁ ଫେରାଇ ଆଣିବାକୁ ଦଣ୍ଡ ମାରିଲେ ଦିବ୍ୟାଙ୍ଗ ସ୍ବାମୀ

ବାଲେଶ୍ବର : ଭଲ ପାଇ ବିବାହ କରିଥିଲେ କିନ୍ତୁ ଟିକିଏ ଭୁଲ ବୁଝାମଣା ପାଇଁ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡ଼ି ୮ ଦିନ ହେବ ସ୍ତ୍ରୀ ଅନ୍ତର୍ଦ୍ଧାନ ହୋଇଯାଇଛି। ଅବୁଝା ସ୍ତ୍ରୀ ଙ୍କୁ ଫେରାଇ ଆଣିବାକୁ  ନୀଳଗିରି ବଡ଼ଦାଣ୍ଡରେ ଦଣ୍ଡ ମାରିଛନ୍ତି ଦିବ୍ୟାଙ୍ଗ ସ୍ବାମୀ।  ଘରେ ଦମ୍ପତିଙ୍କ ମଧ୍ୟରେ କଳିଗୋଳ ଘଟି ଦୁଇ ସନ୍ତାନଙ୍କୁ ଛାଡ଼ି ଜଣେ ମହିଳା ୮ଦିନ ହେବ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ସ୍ତ୍ରୀଙ୍କୁ ପାଇବା ପାଇଁ ମାନସିକ କରି ଦିବ୍ୟାଙ୍ଗ ସ୍ବାମୀ ଜଣକ ନୀଳଗିରି ବଡ଼ଦାଣ୍ଡରେ ଦଣ୍ଡ ପକାଇବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ୪୨ ଡିଗ୍ରୀ ଡହ ଡହ ଖରାରେ ଖାଲି ପାଦରେ ନିଜର କୁନି ପୁଅକୁ ଧରି ଗୁଣ୍ଡିଚା ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ଯାଏ ଦଣ୍ଡ ମାରି ମାରି ଯାଉଛନ୍ତି ଦିବ୍ୟାଙ୍ଗ ସ୍ୱାମୀ। ଗୋଟିଏ ହାତ ନାହିଁ ଆଖିକୁ ଭଲସେ ଦେଖାଯାଉନି, ତଥାପି ନିଜର ପ୍ରାଣପ୍ରିୟ ସ୍ତ୍ରୀ କୁ ପାଇବାକୁ ଜଗନ୍ନାଥଙ୍କ ଠାରେ ମୁଣ୍ଡିଆ ମାରିଛି ସ୍ୱାମୀ। ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ଅଞ୍ଚଳର  ଦୟାନିଧି ମହାଳିକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ ।

ଅଧିକ ପଢନ୍ତୁ : ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ

ସେମାନଙ୍କ ଔରସରୁ ୨ଟି ଶିଶୁପୁତ୍ର ଜନ୍ମ ନେଇଛନ୍ତି । ସ୍ବାମୀ ଦୟାନିଧୂ ପେଶାରେ ଜଣେ ଇଲେକ୍ଟ୍ରିସିଆନ । କରୋନା କାଳରେ ଅର୍ଥାତ ୨୦୨୦ ମସିହାରେ ସେ ବାହାନଗା ବ୍ଲକ ଦେବେନ୍ଦ୍ରପୁର ଅଞ୍ଚଳରେ ବିଦ୍ୟୁତ ସଜାଡୁଥ‌ିବା ସମୟରେ କରେଣ୍ଟ ଖାଇ ତାଙ୍କ ଡାହାଣ ହାତ ନଷ୍ଟ ହୋଇଥିବାବେଳେ ଦୁଇ ଆଖରେ ମଧ୍ୟ ଦୃଷ୍ଟିଶକ୍ତି ହରାଇଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ସ୍ତ୍ରୀ ନୀଳଗିରି କଚେରୀରେ ମୋହରିର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଘରୋଇ କଳି ଯୋଗୁ ଗତ ୨୧ ତାରିଖରେ ତାଙ୍କ ସ୍ତ୍ରୀ ନୀଳଗିରି କଚେରୀକୁ ଆସି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ। ସ୍ତ୍ରୀଙ୍କୁ ନପାଇ ସ୍ବାମୀ ଈଶ୍ଵରପୁର ଫାଣ୍ଡିରେ ଏକ ଏତଲା ଦାଏର କରିଛନ୍ତି । ସେପଟେ ତୁରନ୍ତ ଘରକୁ ସ୍ତ୍ରୀ ଫେରିଆସିବା ପାଇଁ ମାନସିକ କରି ଆଜି ସ୍ଵାମୀ ଦୟାନିଧୀ ବଡ଼ପୁଅକୁ ଧରି ନୀଳଗିରି ଗୁଣ୍ଡିଚା ମନ୍ଦିରରୁ ବାହାରି ବଡ଼ଦାଣ୍ଡରେ ଦଣ୍ଡମାରି ଜଗନ୍ନାଥ ମନ୍ଦିର ପହଞ୍ଚିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତାଙ୍କ ଦୁଃଖ ଜଣାଇଛନ୍ତି । ତେବେ ସ୍ତ୍ରୀକୁ ପାଇବା ପାଇଁ ଦିବ୍ୟାଙ୍ଗ ସ୍ବାମୀ ଜଣକ ଏଭଳି କଷ୍ଟ କରିବା ଘଟଣା ଦେଖଣାହାରୀଙ୍କୁ ସ୍ତବ୍ଧ କରି ଦେଇଛି । ପୁଲିସ ପକ୍ଷରୁ ଏହି ନିଖୋଜ ମହିଳାଙ୍କୁ ଖୋଜି ବାହାର କରିବାକୁ ସ୍ବାମୀ ଓ ପ୍ରତ୍ୟକ୍ଷଦର୍ଶୀ ନିବେଦନ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dibang husband punished to bring back his wife | Argus News