Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍ତରଦୁଆର ଦେଇ ସ୍ବତନ୍ତ୍ର ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ

Odisha

ଉତ୍ତରଦୁଆର ଦେଇ ସ୍ବତନ୍ତ୍ର ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଉତ୍ତରଦୁଆର ଦେଇ ସ୍ବତନ୍ତ୍ର  ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଭକ୍ତ


ଅର୍ଗସ ବ୍ୟୁରୋ : ଏଣିକି ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ସହଜ ହେବ। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଦିବ୍ୟାଙ୍ଗ ଭକ୍ତମାନେ ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବରୁ ଏନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ବୈଠକ କରିଥିବା ବେଳେ ଆଜି ନୀତି ସବକମିଟି ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ। ଉତ୍ତରଦୁଆର ଦେଇ ଦିବ୍ୟାଙ୍ଗ ଭକ୍ତମାନେ ସ୍ୱତନ୍ତ୍ର ରାମ୍ପ ଯୋଗେ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ। 

ଅଧିକ ପଢନ୍ତୁ : ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗ ଦର୍ଶନ ସ୍ୱତନ୍ତ୍ର ଏସଓପି ଦ୍ୱାରା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ରଖିଛି। ପ୍ରତିଦିନ ସ୍ୱତନ୍ତ୍ର ସମୟରେ ସ୍ୱତନ୍ତ୍ର ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗ ମାନଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ। ପରିକ୍ରମା ପ୍ରକଳ୍ପରେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗଙ୍କ ପାଇଁ  ସ୍ୱତନ୍ତ୍ର ବିଶ୍ରାମ ଗୃହ କରାଯାଇଛି। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Dibang's Jaga Darshan will be easy | Argus News