Videos
|
Odisha

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏମିତି କହିଲେ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର

Smruti Parija
Browse all articles by Smruti Parija
·2 years ago·1 min read
ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏମିତି କହିଲେ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କ୍ୟାପେଟନ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା । ନ୍ୟାୟିକ ପ୍ରକ୍ରିୟାରେ ଯାହା ବ୍ୟବସ୍ଥା ରହିଛି ତାହାର ସମ୍ମୁଖୀନ ହେବି କହିଛନ୍ତି ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦରେ ଛନ୍ଦି ହୋଇଛନ୍ତି ଦିବ୍ୟଶଙ୍କର ମିଶ୍ର । 

ବହୁ ଚର୍ଚ୍ଚିତ ହତ୍ୟା ମାମଲାରେ ବିଜେଡି ବିଧାୟକ ତଥା ତତକାଳୀନ ଗୃହ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ବିବାଦ ଘେରକୁ ଆସିଥିଲେ । ଏପରିକି ଖୋଦ୍ ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ତେବେ କ୍ରାଇମବ୍ରାଞ୍ଚ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୂକ୍ତ କରିନଥିଲା । 

ସେତେବେଳେ ଦିବ୍ୟଶଙ୍କରଙ୍କୁ ତତ୍କାଳୀନ ବିଜେଡି ସରକାର ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା । ଏବେ ମମିତା ହତ୍ୟା ଓ ଗାବିନ୍ଦଙ୍କ ସନ୍ଦେହ ଜନକ ମୃତ୍ୟୁ ସିବିଆଇ ତଦନ୍ତ ପରିସରଭୁକ୍ତ ହେଲେ କଣ ହେବ ଦିବ୍ୟଶଙ୍କର ମିଶ୍ରଙ୍କ ଅବସ୍ଥା । ତାହା ଏବେ ବଡ ପ୍ରଶ୍ନବାଚୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dibyashnaker-mishra-reaction-about-mamita-meher-case | Argus News