କର୍ମୀ କହିଲେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନ ?

ଭୁବନେଶ୍ୱର: ବବି ଦାସ ସରକାରୀ କ୍ବାଟରରେ ପଞ୍ଚତାରକା ହୋଟେଲ ଭଳି ବ୍ୟବସ୍ଥାର ଚିତ୍ର ଅର୍ଗସ ସାମ୍ନାକୁ ଆଣିବା ପରେ ବବି ଦାସ ସଫେଇ ଦେଇ କହିଥିଲେ ମୋ ବାସଭବନକୁ ସମସ୍ତ କର୍ମୀ ଓ ନେତା ଆସନ୍ତି । ସେମାନଙ୍କୁ ସମ୍ମାନର ସହିତ ବସାଇବା ପାଇଁ ହୋଇଥିଲା ଏସବୁ ବ୍ୟବସ୍ଥା । ବାକି ଅଞ୍ଚଳର କର୍ମୀଙ୍କ କଥା ଛାଡ଼ନ୍ତୁ ଖୋଦ୍ ତାଙ୍କ ନିର୍ବାଚନ ମଣ୍ଡଳୀ ଯାଜପୁରର କର୍ମୀ କହୁଛନ୍ତି ଆମେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନକୁ । ଏଠି ପ୍ରଶ୍ନ, କର୍ମୀଙ୍କ ନାଁରେ ମିଛ କହିଲେ କି ବବି ଦାସ ? କାହା ବ୍ୟବହାରରେ ଆସୁଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା ? ବିଜେପିର ଅଭିଯୋଗ ବବିଙ୍କ କ୍ବାଟର ପାଲଟିଥିଲା ରଙ୍ଗଶାଳା ! ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା । ବିଜେପିର ଅଭିଯୋଗରେ ସ୍ବର ମିଶାଇଲେ ରାଜ୍ୟବାସୀ ।
ସରକାରୀ କ୍ବାଟରରେ ପଞ୍ଚତାରକା ହୋଟଲ ଭଳି ବ୍ୟବସ୍ଥାର ଚିତ୍ର ଅର୍ଗସ ସାମ୍ନାକୁ ଆଣିବା ପରେ ବବି ଦାସ ସଫେଇ ଦେଇ କହିଥିଲେ ମୋ ବାସଭବନକୁ ସମସ୍ତ କର୍ମୀ ଓ ନେତା ଆସନ୍ତି। ସେମାନଙ୍କୁ ସମ୍ମାନର ସହିତ ବସାଇବା ପାଇଁ ହୋଇଥିଲା ଏସବୁ ବ୍ୟବସ୍ଥା। ବାକି ଅଞ୍ଚଳର କର୍ମୀଙ୍କ କଥା ଛାଡ଼ନ୍ତୁ ଖୋଦ୍ ତାଙ୍କ ନିର୍ବାଚନ ମଣ୍ଡଳୀ ଯାଜପୁରର କର୍ମୀ କହୁଛନ୍ତି ଆମେ କେବେ ଯାଇନୁ ବବିଙ୍କ ସରକାରୀ ବାସଭବନକୁ। ଯଦି ଖୋଦ୍ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଲୋକେ କେବେ ଯାଇନାହାନ୍ତି ସରକାରୀ ବାସ ଭବନକୁ । ତାହାଲେ କେଉଁ କର୍ମୀଙ୍କ କଥା କହୁଥିଲେ ବବି ଦାସ। କାହା ଉଦ୍ଦେଶ୍ୟରେ ଏକ ସରକାରୀ କ୍ବାଟର ଭିତରେ ହୋଇଥିଲା ପଞ୍ଚତାରକା ହୋଟେଲ ଭଳି ବ୍ୟବସ୍ଥା। କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ଉଡେନ୍ କଟେଜ୍ ଓ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ବିଲଡିଂ। ଖୋଦ୍ ବିଜେଡି ନେତା ବବିଙ୍କ ଏହି ଯୁକ୍ତ ସହ ଏକମତ ନୁହନ୍ତି। ସେମାନେ କହିଛନ୍ତି ରାଜନୀତି କରିବା ପାଇଁ ଏପରି ବିଳାସପୂର୍ଣ୍ଣ ବ୍ୟବସ୍ଥା ଦରକାର ନାହିଁ।
ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କର ଏହି ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳାର ଚିତ୍ର ସାମ୍ନାକୁ ଆସିବା ପରେ ବିଜେପି ଆଣିଥିଲା ସାଂଘାତିକ ଅଭିଯୋଗ। ଦଳ କହିଥିଲା ବବିଙ୍କ ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା।ଏହି କ୍ବାଟର ପାଲଟିଥିଲା ରଙ୍ଗଶାଳା ମଧୁଶାଳା। ଏଠାରେ ଚାଲୁଥିଲା ସୁରାସାକୀର ଆସର! ବବିଙ୍କ ସରକାରୀ ବାସଭବନ ଥିଲା ଅନେକ କେଳେଙ୍କାରୀର ମୂକସାକ୍ଷୀ। ବିଜେପିର ଏହି ଅଭିଯୋଗରେ ମୋହର ଲଗାଇଛନ୍ତି ରାଜ୍ୟବାସୀ। ଏବେ ପ୍ରଶ୍ନ ଉଠୁଛି ଏହି କ୍ବାଟରଠୁ ଅଳ୍ପଦୂରରେ ଅଛି ଶଙ୍ଖ ଭବନ। ସେଠାର କର୍ମୀଙ୍କ ରହିବା ଲାଗି ରହିଛି ପର୍ଯ୍ୟାପ୍ତ ବ୍ୟବସ୍ଥା। ସରକାରୀ ବାସଭବନରୁ କିଛି ଦୂରରେ ଅଛି ବବି ଦାସଙ୍କର ନିଜ ବଙ୍ଗଳା। ଏତେ ସବୁ ଥାଇ ବି ଦୁଇଟି କ୍ବାଟରକୁ ମିଶାଇ ପଞ୍ଚତାରକା ହୋଟେଲ ସଦୃଶ ଆଲିସାନ ବ୍ୟବସ୍ଥା ପଛରେ କଣ ଉଦ୍ଦେଶ୍ୟ ଥିଲା ପ୍ରଣବ ପ୍ରକାଶଙ୍କର ? ଯଦି ବିଜେପିର ଅଭିଯୋଗ ସତ ହେବ କି ଏହାର ତଦନ୍ତ ?
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର