Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡ଼ିମ୍ବୁଲି ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

Odisha

ଡ଼ିମ୍ବୁଲି ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡ଼ିମ୍ବୁଲି ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

ଅର୍ଗସ ବ୍ୟୁରୋ: କନ୍ଧ କୁଇ ଆଦିବାସୀ ସମାଜର ଅଗ୍ରପୂଜ୍ୟା ପରମ ଆରାଧ୍ୟା ଦେବି ମା ଡ଼ିମ୍ବୁଲି । ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ ଡ଼ିମ୍ବୁଲି ପାହାଡ଼।  କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ ବେଲଘର ଡ଼ିମ୍ବୁଲି ପାହାଡ଼ ପାଦଦେଶର ତରଗାବାଲି ଗାଁରେ ଡ଼ିମ୍ବୁଲି ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି । ସାରା ରାଜ୍ୟରୁ 18ଟି ଜିଲ୍ଲାରୁ ହଜାର ହଜାର ଆଦିବାସୀ ଲୋକେ ଏ ମହୋତ୍ସବରେ ଯୋଗ ଦେଇଥିଲେ । କୁଟିଆ କନ୍ଧ , କୁଇ ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା ଓ ଚାଲିଚଳନ ଅନୁଯାୟୀ ଏହି ମାନବ ସମାଜ ଓ ଜୀବ ଜଗତ ସପାଙ୍ଗଗାଡା ଠାରେ ସୃଷ୍ଟି ହୋଇଥିବା ବେଳେ ଡ଼ିମ୍ବୁଲି ଠାରେ ବସବାସ କରୁଥିଲେ । କନ୍ଧ ସମାଜ ନିଜର ଅଗ୍ରପୂଜ୍ୟା ଭାବରେ ଡିମ୍ବୁଲି ଶ୍ରାମ୍ବୁଲିଙ୍କୁ କେଉଁ ଆବାହନ କାଳରୁ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରି ଆସୁଛନ୍ତି ।

ବିଭିନ୍ନ ଶୁଭ କାର୍ଯ୍ୟର ଆରମ୍ଭ ଠାରୁ ଜାନିଯାତ୍ରାର ପରମ୍ପରା ସଂସ୍କାର କାର୍ଯ୍ୟ ପର୍ଯ୍ୟନ୍ତ ମା ଡ଼ିମ୍ବୁଲିଙ୍କୁ ସ୍ମରଣ କରାଯାଏ। ଡ଼ିମ୍ବୁଲିସରୁ ର ସୃଷ୍ଟିରେ ଅଲୌକିକ ଶକ୍ତି ଯୋଗୁଁ ପେନୁ ଏଜୁ ନାମକ ପ୍ରସ୍ଫୁଟିଟ ଜଳ ଅନ୍ୟ ଜଳ ଠାରୁ ସମ୍ପୂର୍ଣ ଭିନ୍ନତା ଦେଖାଦିଏ। ଯାହାକି ଯେତେ ବର୍ଷା, ଝଡ ତୋଫାନ ହେଲେ ବି ସେ ଜଳ ନିର୍ମଳ ଦେଖା ଯାଏ। ପ୍ରକୃତିଲୋଭା ଡ଼ିମ୍ବୁଲି ଶ୍ରାମ୍ବୁଲି ଦେବି ସ୍ଥଳ ସମସ୍ତଙ୍କ ହୃଦୟ ରେ ନୂତନ ପ୍ରେରଣା, ଚିନ୍ତା, ଚେତନା ଓ ସଦଭାବନା ଜାଗି ଉଠୁ। କନ୍ଧ କୁଇ ଆଦିବାସୀ ମାନଙ୍କ ହଜି ଯାଉଥିବା ପରମ୍ପରା ଓ ସଂସ୍କୃତିକୁ ପୁନଃ ଜାଗ୍ରତ କରିବା ଡ଼ିମ୍ବୁଲି ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dimbuli festival is celebrated in kandhamal | Argus News