Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିପଥେରିଆ ସଂକ୍ରମଣ; ରାୟଗଡା କାଶୀପୁରରେ କାଲିଠୁ ଦିଆଯିବ ବୁଷ୍ଟର ଡୋଜ

Smruti Parija
Browse all articles by Smruti Parija
·2 years ago·1 min read
ଡିପଥେରିଆ ସଂକ୍ରମଣ; ରାୟଗଡା କାଶୀପୁରରେ କାଲିଠୁ ଦିଆଯିବ ବୁଷ୍ଟର ଡୋଜ

ଭୁବନେଶ୍ୱର:  ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ । ରାୟଗଡା କାଶୀପୁରରେ କାଲି ଠାରୁ ଦିଆଯିବ ବୁଷ୍ଟର ଡୋଜ ଟୀକା ।  1 ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବ । 5 ରୁ 15 ବର୍ଷ ବୟସ୍କ ଙ୍କୁ TD ଡୋଜ ଦିଆଯିବ ।  ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଂଚଳ ରେ ବୁଷ୍ଟର ଡୋଜ ଦିଆଯିବ । ଏବେ ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭିଲେନ୍ସ ଚାଲିଛି ।

ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ ଦିଆଯାଇଛି । ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ଆଗକୁ ହେବ ସର୍ଭିଲେନ୍ସ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଧେଶିକା ଡା ସଂଯୁକ୍ତା ସାହୁ । 

ଅନ୍ୟପଟେ ବ୍ରହ୍ମପୁର MKCG ରେ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଶିଶୁ ବିଭାଗ ଆଇସୋଲେସନ୍ ୱାର୍ଡରେ 4 ଜଣ ଡିପଥେରିଆ ରୋଗୀ ଚିକିତ୍ସତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କୋରାପୁଟ ବନ୍ଧୁଗାଁ କୁମ୍ଭାରୀପୂଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଜିପୁନ ମେଲେକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏହାସହ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବଭାବିକ ରହିଥିବା ସୂଚନା ମିଳିଛି । ପୂର୍ବରୁ ରାୟଗଡ଼ା କାଶୀପୁର ବ୍ଲକ ମୁନୁସପଦର ଗାଁରେ 5 ଜଣଙ୍କ ଡିପଥେରିଆରେ ମୃତ୍ୟୁ ହୋଇଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
diphtheria infection; Booster dose will be given tomorrow in Rayagada Kashipur | Argus News