Videos
|
Odisha

ଦୀପ୍‌ଥେରିଆ ଆତଙ୍କ,  ମାଲକାନଗିରିରେ ପହଁଚିଲେ ସାତ ଜଣିଆ ଡାକ୍ତରୀ ଟିମ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୀପ୍‌ଥେରିଆ ଆତଙ୍କ,  ମାଲକାନଗିରିରେ ପହଁଚିଲେ ସାତ ଜଣିଆ ଡାକ୍ତରୀ ଟିମ 

 ମାଲକାନଗିରି : କିଛି ଦିନ ତଳେ ଚିତ୍ରାଙ୍ଗପାଲି  ଆଶ୍ରମ ବିଦ୍ୟାଳୟରେ ଡିପ୍‌ଥେରିଆ ରୋଗ ସଂକ୍ରମଣ ହେବା ପରେ ଥଣ୍ଡା କାଶ ଜନିତ ରୋଗର ଶିକାର ହୋଇ ଶିବୁ ମାଡକାମୀ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ କାଲିମେଳା ମେଡିକାଲର ଏକ ଡାକ୍ତର ଟିମ୍ ଚିତ୍ରାଙ୍ଗପାଲି ସ୍କୁଲରେ ପହଞ୍ଚି ସ୍ବାପ ଟେଷ୍ଟ ପାଇଁ କୋରାପୁଟ ମେଡିକାଲ କଲେଜକୂ ପଠାଇ ଥିଲା । ହେଲେ ପରିକ୍ଷାରୁ ଜଣା ପଡିଲା ସାଙ୍ଘାତିକ  ସଂକ୍ରମଣର ତଥ୍ୟ ।

ଯାହାକୁ ଚିହ୍ନଟ କରିଛନ୍ତି କୋରାପୁଟ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ସଂକ୍ରମିତ ହୋଇ 8 ଜଣ ଏବେ କାଲିମେଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଜଣେ ଛାତ୍ର କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣା ପରେ ସଜାଗ ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତେକ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା କରିବା ସହ ସଂକ୍ରମଣ ଯେମିତି ଆଗକୁ କାୟା ବିସ୍ତାର ନକରିବ ସେନେଇ ଅନୁଧ୍ୟାନ କରୁଛି UNISEF ଓ ଏକ ରାଜ୍ୟ ସ୍ତରୀୟ ଟିମ  । ସାତ ଜଣିଆ ଡାକ୍ତରୀ ଟିମ ପ୍ରଥମେ ଚିତ୍ରାଙ୍ଗପାଲି ବିଦ୍ୟାଳୟ ଓ ପରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଚିତ୍ରାଙ୍ଗପଲ୍ଲୀ ହଷ୍ଟେଲ ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଟୀକା ଦିଆଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନଜର ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Diphtheria Panic, Seven-member Medical Team Reached Malkangiri | Argus News