ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ
·2 years ago·1 min read

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ନିର୍ବାଚନକୁ ଅବାଧ ଓ ମୁକ୍ତ କରାଯିବା ଉପରେ ରଣନୀତି ପ୍ରସ୍ତୁତ କରାଯାଇଛି। ୫ଜିଲ୍ଲାର ଏସପିଙ୍କ ସହ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଲୋଚନା କରିଛନ୍ତି ପୋଲିସ ମହନିର୍ଦ୍ଦେଶକ ।
ବୈଠକରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର, ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ, ଡିଆଇଜି କନୱର ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜୟ ନୟାରଣ ପଙ୍କଜ, ବ୍ରହ୍ମପୁର ଏସ୍ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । 5ଟି ଜିଲ୍ଲାର ଏସପିଙ୍କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ମାଓଗତି ଵିଧି ରହିଥିବା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: