Videos
|
Odisha

Floods in Odisha / ୫ ନଦୀରେ ୧୦ରୁ ଅଧିକ ଘାଇ; ଉଜୁଡି ଯାଇଛି ଜୀବନ ଜୀବିକା

Sushanta Sahoo
Browse all articles by Sushanta Sahoo
·1 month ago·2 min read
୫ ନଦୀରେ ୧୦ରୁ ଅଧିକ ଘାଇ; ଉଜୁଡି ଯାଇଛି ଜୀବନ ଜୀବିକା
10+ Embankment Breaches Spark Political Row

Key Points

ଘାଇ ବଢ଼ାଇଲା ବନ୍ୟା ବିପତ୍ତି
ବୈତରଣୀ, ବ୍ରାହ୍ମଣୀ, ଜଳକା, ଖରସ୍ରୋତା, କାଣୀର କୋପରେ ଭାଙ୍ଗିଲା ଘାଇ
ଘାଇ ମୁହଁରେ ଭାସି ଯାଇଛି ଘର
ଭୁବନେଶ୍ଵର: ଘାଇ ବଢ଼ାଇଲା ବନ୍ୟା ବିପନ୍ନଙ୍କ ଦୁଃଖ । ବିଭିନ୍ନ ନଦୀରେ ଘାଇ ଯୋଗୁ ରାଜ୍ୟରେ ବନ୍ୟାର ପ୍ରକୋପ ବଢ଼ିଗଲା । ଦୁର୍ବଳ ନଦୀବନ୍ଧରେ ଘାଇ ଯୋଗୁ ପ୍ରଭାବିତ ହେଲେ ହଜାର ହଜାର ଲୋକ । କେବଳ ଯାଜପୁରରେ ୭ଟି ଘାଇ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ଘାଇ ବନ୍ୟା ବେଳେ ବଢ଼ାଇଛି ଚିନ୍ତା ।

ମୌସୁମୀ ଋତୁ ପୂର୍ବରୁ କାହିଁକି ସଜାଗ ହେଲାନି ବିଭାଗ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି । ବନ୍ୟା ବିପତ୍ତିକୁ ବହୁଗୁଣିତ କରିଛି ଘାଇ । ଏଠାରେ ପ୍ରଶ୍ନ ଉଠୁଛି ନଦୀ ବନ୍ଧରେ ଏତେ ସଂଖ୍ୟାରେ ଘାଇ ହେଲା କାହିଁକି ? ଯାଜପୁରରେ ସର୍ବାଧିକ ୭ ଘାଇ ବନ୍ୟା ବିପନ୍ନଙ୍କ ଜୀବନ ଜୀବିକା ଉଜାଡ଼ି ଦେଇଛି ।

ଏଥିସହ ପଢ଼ନ୍ତୁ: ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୭୨ ଘଣ୍ଟାରେ ରିପୋର୍ଟ ଦେବେ ଅଧିକାରୀ 

ବରୀ ବ୍ଲକ ବ୍ରାହ୍ମଣୀ ନଦୀରେ ବାଙ୍କସାହି ଠାରେ ୩ ଶହ ଫୁଟ, ଅରୁଆଳ ଠାରେ ଶହେ ଫୁଟ, ଚନ୍ଦନପୁର ଠାରେ ଶହେ ଫୁଟର ୩ଟି ଘାଇ ସୃଷ୍ଟି ହୋଇଛି । ସେହିପରି ଖରାସ୍ରୋତା ନଦୀର ଟିକଟପଦାରେ ଏବଂ ବନ୍ଧଡ଼ିହିରେ ଦୁଇଟି ଘାଇ ହୋଇଛି । ବୈତରଣୀର ଶାଖା ନଦୀ କାଣୀରେ ବି ସୃଷ୍ଟି ହୋଇଛି ୨ଟି ଘାଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫଳରେ ୩ ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସେହିପରି କେନ୍ଦୁଝରର ବୈତରଣୀ ନଦୀରେ ଆନନ୍ଦପୁର ରିଙ୍ଗରୋଡରେ ୫୦ ଫୁଟ ଘାଇ ଯୋଗୁ ମ୍ୟୁନିସିପାଲିଟିର ୩ ୱାର୍ଡ ପ୍ରଭାବିତ ହୋଇଛି ।

ବାଲେଶ୍ବରରେ ବି ଜଳକା ନଦୀରେ ବସ୍ତା ଠାରେ ଘାଇ ଫଳରେ ୨୦ ପଞ୍ଚାୟତରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଏଥର ବର୍ଷାର ପରିମାଣ ଅଧିକ ଥିବାରୁ ଘାଇ ଅଧିକ ହୋଇଛି ।

ଏଠି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ଘାଇ ସୃଷ୍ଟି ହେବାର କାରଣ କଣ ? ଦୁର୍ବଳ ଥିଲା କି ନଦୀ ବନ୍ଧ ? ଠିକ ସମୟରେ ହୋଇନଥିଲା କି ମରାମତି ? ଏଥି ପାଇଁ ଦାୟୀ କିଏ ? ଯାହାକୁ ନେଇ ତେଜିଛି ରାଜନୀତି ।

ଏଥିସହ ପଢ଼ନ୍ତୁ: ହୀରାକୁଦରେ ୨୨ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ,ମହାନଦୀର ତଳମୁଣ୍ଡକୁ ବିପଦ 

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ବନ୍ୟା ସମୟରେ ଠିକ ଭାବେ ପାଟ୍ରୋଲିଂ ହେଲା ନାହିଁ, ଦୁର୍ବଳ ଜାଗାକୁ ସୁରକ୍ଷା ଦିଆଗଲା ନାହିଁ ।" ବିଜେପି ସାଂସଦ ରବି ନାରାୟଣ ବେହେରା କହିଛନ୍ତି, "ବର୍ଷା ସହ ବନ୍ୟା ପରିମାଣ ଅଧିକ ଥିଲା । ନଦୀ ବନ୍ଧକୁ ଟେକ୍ନୋଲୋଜି ସହ ଆହୁରି ମଜଭୁତ କରାଯିବ ।"

ଏବେ ବନ୍ୟା କମିଛି, କିନ୍ତୁ ଘାଇ ଯୋଗୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି । ତେବେ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ତ ଘାଇ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।