Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକଙ୍କ ବିରୋଧରେ ବିଷ ଓଗାରିଲେ ପୁରୁଖା ନେତା

Odisha

ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକଙ୍କ ବିରୋଧରେ ବିଷ ଓଗାରିଲେ ପୁରୁଖା ନେତା

Smruti Parija
Browse all articles by Smruti Parija
·2 years ago·1 min read
ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଧାୟକଙ୍କ ବିରୋଧରେ ବିଷ ଓଗାରିଲେ ପୁରୁଖା ନେତା

ବ୍ରହ୍ମପୁର:  ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥମୁନି ବିଜେଡି ବିବାଦ ।  ପୁଣିଥରେ ପଦାରେ ପଡିଲା ଦଳୀୟ କନ୍ଦଳ । ଛତ୍ରପୁର ବିଧାୟକଙ୍କ ବିରୋଧରେ ମେଳି ବାନ୍ଧି ଖୁଲମ ଖୁଲା ବିରୋଧ କଲେ ନିଜ ଦଳର ବରିଷ୍ଠ ନେତା ଏବଂ କର୍ମୀ । ଜୋର ଧରିଛି "ସୁବାଷ ହଟାଅ ବିଜେଡି ବଞ୍ଚାଅ" ଅଭିଯାନ । ବନ୍ଧୁମିଳନ କାର୍ଯ୍ୟକ୍ରମ କରି ବିଧାୟକଙ୍କ ବିରୋଧରେ ବିଷ ଓଗାରିଛନ୍ତି ପୁରୁଖା ନେତା ଏବଂ ୪୦ ଜଣ ଜନପ୍ରତିନିଧି । 

ବିଜେଡି ଜିଲ୍ଲା ଉପସଭାପତି ଶଙ୍କର ଦାସଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଗୋଟିଏ ପରେ ଗୋଟିଏ ନେତା ନିଜର ଅଭିଭାଷଣ ରଖିଥିଲେ । ଏପରିକି ବିଧାୟକଙ୍କୁ ଅନେକ ପ୍ରକାର କଟାକ୍ଷ କରି ଅଭିଭାଷଣ ରଖିଥିଲେ ନେତା । କରୋନା ପରଠାରୁ ବିଧାୟକ କେବେ ଲୋକଙ୍କ ନିକଟରେ ପହଞ୍ଚି ନାହାନ୍ତି କି ଜନତାଙ୍କ ଦୁଃଖ ସୁଖରେ ଭାଗିଦାରୀ ହୋଇନଥିବାରୁ ବଢ଼ିଛି ଅସନ୍ତୋଷ । ଏବେ ଯଦି ପୁଣିଥରେ ତାଙ୍କୁ ଟିକେଟ ମିଳେ ତେବେ ଦଳ ସଙ୍କଟରେ ପଡ଼ିବ ବୋଲି କହିଛନ୍ତ ବରିଷ୍ଠ ନେତା ଲକ୍ଷ୍ମୀ ପାଢ଼ୀ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
dispute-in-berhampur-bjd | Argus News