ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜୁ ଜନତା ଦଳରେ ମୁହାଁ ମୁହିଁ ପରିସ୍ଥିତି
·2 years ago·1 min read

ଜଗତସିଂହପୁର: 50 ଲକ୍ଷ ଟଙ୍କାକୁ ନେଇ ବିଜେଡି ଦୁଇଫାଳ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜୁ ଜନତା ଦଳରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡିର ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କାର୍ଯ୍ୟକାରିଣୀ ବୈଠକ ଚାଲିଥିଲା । ଏତିକିବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଆସିଥିବା ୫୦ ଲକ୍ଷ ଟଙ୍କା କୁ ନେଇ ଆରମ୍ଭ ହୋଇଥିଲା ଝଡ଼।
ଉକ୍ତ ଟଙ୍କାର ହିସାବ ମାଗିଥିଲେ କଟରା ପଞ୍ଚାୟତ ସମିତି ସଭ୍ୟା ରୋଜାଲିନି ଜେନା। ଏହି ଟଙ୍କା କୁଆଡେ଼ ଆଉ କେଉଁ ବାବଦରେ ଖର୍ଚ୍ଚ ହେଲା ସେନେଇ ହିସାବ ମାଗିଥିଲେ। ନିଜ ଦଳର ନେତ୍ରୀଙ୍କ ପ୍ରଶ୍ନରେ ଚୁପ୍ ରହିଥିଲେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ସେପଟେ ଘଟଣା ବିବାଦୀୟ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟରା ପଞ୍ଚାୟତ ସରପଞ୍ଚ। ଯାହା ଦଳରେ ଫୁଟି ଉଠୁଥିବା ଦଳୀୟ ଅସନ୍ତୋଷକୁ ପଦାରେ ପକାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: