|
logo
Live

Argus News - ବିଜେପି ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ

Odisha

ବିଜେପି ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ

Smruti Parija
Browse all articles by Smruti Parija
·2 years ago·1 min read
ବିଜେପି ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ

ଝାରସୁଗୁଡା:  ଝାରଗୁସୁଡାର ବିଜେପି ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି ହଙ୍ଗାମା । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଲାଇକେରାରେ ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ ହୋଇଛି । ଉପସ୍ଥିତ ଲୋକଙ୍କ କହିବା କଥା ସ୍ଥାନୀୟ ବିଧାୟିକା ଦିପାଲୀ ଦାସ ଗୁଣ୍ଡା ପଠାଇ କରିଛନ୍ତି ଗଣ୍ଡଗୋଳ । 

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ହଙ୍ଗାମା କରିଛନ୍ତି ବିଜେଡି ନେତା ଓ କର୍ମୀ । ପାକେଲପଡ଼ା ମଣ୍ଡଳରେ ଆୟୋଜିତ ମିଶ୍ରଣ ପର୍ବରେ 4ଟି ପଞ୍ଚାୟତର ପ୍ରାୟ ୭୦୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଥାନ୍ତେ । ଏହି ସମୟରେ ହଠାତ୍ ବିଜେଡିର କର୍ମୀମାନେ ମଂଚକୁ ଯାଇ ହୋହଲ୍ଲା କରିବା ସହ ଚେୟାର ଫୋପାଡି ଥିଲେ । କିଛି ସମୟ ପାଇଁ ମିଶ୍ର ପର୍ବ ରଣକ୍ଷେତ୍ର ପାଲଟିଥିଲା । ମିଶ୍ରଣ ପର୍ବକୁ ଭଣ୍ଡୁର କରିବା ପାଇଁ ଏକପ୍ରକାର ଉଦ୍ୟମ କରାଯାଇଥିଲା । ଯାହାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେପି ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ | Argus News