Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଡବଲ୍ ସୋ ନେଇ ଟିକେଟ୍ ବିକ୍ରି ପରେ ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା କମିଟି

Odisha

ଡବଲ୍ ସୋ ନେଇ ଟିକେଟ୍ ବିକ୍ରି ପରେ ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା କମିଟି

Smruti Parija
Browse all articles by Smruti Parija
·2 years ago·1 min read
ଡବଲ୍ ସୋ ନେଇ ଟିକେଟ୍ ବିକ୍ରି ପରେ ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା କମିଟି

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାକୁ ବଢ଼ିଲା ବିବାଦ । ଖଣ୍ଡଗିରି ଯାତ୍ରାରେ ଡବଲ ସୋ ନେଇ ଥାନାରେ ଫେରାଦ ହେଲା ଯାତ୍ରା କମିଟି ।  ସେଭେନ୍ ନାଇଟ ସୋ ରେ ଦୁଇଟି ଯାତ୍ରା କମିଟି ଡବଲ ସୋ କରିବା ନେଇ ଟିକେଟ ବିକ୍ରି ପରେ ବାକି 4 ଟି ଯାତ୍ରା କମିଟି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

ପୋଲିସ ଓ ବିଏମସିର ଗାଇଡ ଲାଇନ ଅନୁସାରେ କୌଣସି ଯାତ୍ରା କମିଟି ଯାତ୍ରା ପାର୍ଟିକୁ ଡବଲ ସୋ ପାଇଁ ଅନୁମତି ଦେଇ ପାରିବେ  ନାହିଁ । ହେଲେ ମହତାବ ଯାତ୍ରା କମିଟି ଓ ଇନ୍ଦିରା ଯାତ୍ରା କମିଟି ଏହି ନିୟମ ଭଙ୍ଗ କରିଥିବା ଅଭିଯୋଗ ଆଣିଛନ୍ତି ସାଇ ନୀଳାଦ୍ରି, ସନାତନ, ମା ମଙ୍ଗଳା ଓ ଜୟଦୂର୍ଗା ଯାତ୍ରା କମିଟି । 

ପୋଲିସ କମିଶନର, ସ୍ଥାନୀୟ ଏ. ସି .ପି ଓ ବିଏମସିର ଅଧିକାରୀ ଡବଲ ସୋ କରିବା ନେଇ କଟକଣା ଜାରି କରିଥିବାବେଳେ କାହିଁକି ଏହାକୁ ବାଟବଣା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି 4ଟି ଯାତ୍ରା କମିଟି । ଖଣ୍ଡଗିରିରେ ସାଧୁସନ୍ଥ ମାନଙ୍କର ଭିଡ ଜମୁଛି, ଶ୍ରଦ୍ଧାଳୁ ଆସୁଛନ୍ତି, ବ୍ୟବସାୟ ଜମୁଛି , ଏକ୍ରାମ ମହୋତ୍ସବ ଚାଲିଛି । ଯଦି ସନ୍ଧ୍ୟା 6 ରୁ ରାତି 12 ଯାଏଁ ସୋ ଚାଲିବ ତେବେ ଟ୍ରାଫିକ ଜାମ ହେବ । ଲୋକମାନେ ହଇରାଣ ହେବେ । ଯାହାକୁ ନେଇ କଟକଣା ଜାରି କରାଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ମହତାବ ଯାତ୍ରା କମିଟିରେ ତୁଳସୀ ଗଣନାଟ୍ୟ, ଇନ୍ଦିରା ଯାତ୍ରା କମିଟିରେ ଶିବାନୀ ଗଣନାଟ୍ୟ ଡବଲ ସୋ ଆଜି ଠାରୁ କରିବା ନେଇ ବିବାଦ ଉପୁଜିଛି । ଆଜି 'ସେଭେନ ନାଇଟ ସୋ' ରେ ମା ମଙ୍ଗଳାରେ ସ୍ଵର୍ଣ୍ଣ ମହଲ, ସାଇ ନୀଳାଦ୍ରିରେ ରଙ୍ଗ ମହଲ, ସନାତନରେ ସୂର୍ଯ୍ୟ ମନ୍ଦିର ଓ ଜୟ ଦୂର୍ଗାରେ ସ୍ବପ୍ନ ମହଲ ଅପେରା ପଡ଼ିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
dispute-in-khandagiri-jatra-committee-over-double-show-ticket-selling | Argus News