Videos
|
Odisha

ପ୍ରତିବାଦରେ ଆଳରେ ବାଚସ୍ପତିଙ୍କୁ ଅସମ୍ମାନ

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ରତିବାଦରେ ଆଳରେ ବାଚସ୍ପତିଙ୍କୁ ଅସମ୍ମାନ

ଅର୍ଗସ ବ୍ୟୁରୋ: ସଭ୍ୟ ମଣିଷର ମୁଣ୍ଡ ଲଜ୍ଜାରେ ନଇଁଯିବ। ଲଜ୍ଜା ଲାଗିବ ଯେ ଏମାନେ ଆମ ବିଧାନସଭାର ମାନ୍ୟବର ସଦସ୍ୟ। ଏମାନେ ସେହି ଦଳର ବିଧାୟକ ଯେଉଁ ଦଳ ସରକାରରେ ଥିବା ବେଳେ ମାଆକୁ ସମ୍ମାନର ଡିଣ୍ଡିମ ପିଟୁଥିଲା। ପ୍ରତିବାଦ ନାଁରେ ଇଏ କି ଅଭଦ୍ରାମୀ ? ବିଜେଡିର ଦୁଇ  ବିଧାୟକ ମାଧବ ଧଡ଼ା ଏବଂ ରୋମାଞ୍ଚ ରଞ୍ଜନ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରୁଛନ୍ତି ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ନିଜ ଦଳର ସାଥୀ ବିଧାୟକ ମାନେ। ଦେଖନ୍ତୁ କିପରି ଉଭୟଙ୍କୁ ଟେକି ଧରିଛନ୍ତି ଅନ୍ୟ ବିଧାୟକମାନେ।  ଏପଟେ ଦୁଇ ବିଧାୟକଙ୍କୁ ବିଚସ୍ପତିଙ୍କ ନିକଟକୁ ଆସିବା ପାଇଁ ଅଟକାଉଛନ୍ତି ବିଧାନସଭା ମାର୍ଶାଲମାନେ। ତଥାପି ଏମାନେ ପଛକୁ ହଟିବାକୁ ନାରାଜ। ଏବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଯେଉଁ ଆଚରଣ କରିବେ ଆପଣ ଙ୍କୁ ବି ଦେଖିଲେ ଲଜ୍ଜା ଲାଗିବ। ଦେଖନ୍ତୁ କିପରି ମହିଳା ବାଚସ୍ପତିଙ୍କୁ ଭିଡିବାକୁ ଉଦ୍ୟମ କରୁଛନ୍ତି ଏହି ବିଜେଡି ବିଧାୟକ। ଥରେ ଚିନ୍ତା କରନ୍ତୁ ଯଦି ମାର୍ଶାଲମାନେ ନଥାନ୍ତେ ଏମାନେ ବାଚସ୍ପତିଙ୍କର କଣ ଅବସ୍ଥା କରିନଥାନ୍ତେ। ଦେଖନ୍ତୁ ଦୁଇ ବିଜେଡି ବିଧାୟକ ଯେତେବେଳେ ଏପରି ଅଭଦ୍ର ଆଚରଣ କରୁଥିଲେ ତାଙ୍କ ଦଳର ଅନ୍ୟ ବିଧାୟକ ମାନେ କିପରି ହସି ହସି ଏହି ଦୃଶ୍ୟକୁ ଉପଭୋଗ କରୁଛନ୍ତି। ବିଜେପି କହିଛି ଯେଉଁମାନେ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିଲେ ଧରାପଡ଼ିଯାଇଛି ସେମାନଙ୍କ ଅସଲ ଚେହେରା।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆପଣ ନିଜ ଦଳର ବିଧାୟକଙ୍କ ଏହି ଆଚରଣକୁ କଣ କହିବେ ? ଏହା କଣ ଆପଣଙ୍କର ମହିଳା ସମ୍ମାନ ? ପ୍ରତିବାଦର ଅଧିକାର ସମସ୍ତଙ୍କର ରହିଛି କିନ୍ତୁ ପ୍ରତିବାଦର ଇଏ କି ତରିକା ? କ୍ଷମତାରୁ ବିତାଡ଼ିତ ହେବା ପରେ ଏହା ବିଜେଡିର ହତାଶା ଭାବକୁ ଦର୍ଶାଉଛି କି ? ବିଜେପି ମହିଳା ମୋର୍ଚ୍ଚା ସଭନେତ୍ରୀ କହିଛନ୍ତି ମହିଳାଙ୍କୁ ଅସମ୍ମାନ କରିବା ବିଜେଡି ଡିଏନଏରେ ଅଛି।

ପ୍ରତିବାଦ ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଓଡ଼ିଶା ବିଧାନସଭାରେ ଯେଉଁ କଳଙ୍କିତ ଇତିହାସ ସୃଷ୍ଟି କରିଛନ୍ତି  ସେଥିପାଇଁ ବିରୋଧୀ ଦଳ ନେତା ବିଧାନସଭାରେ ଭୁଲ ମାଗନ୍ତୁ ବୋଲି ଦାବି କରିଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Disrespect to the speaker in protest | Argus News