ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କର୍ମୀ ମହଲରେ ଅସନ୍ତୋଷ
·2 years ago

ଅର୍ଗସ ବ୍ୟୁରୋ: ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କର୍ମୀ ମହଲରେ ଅସନ୍ତୋଷ । କଳା ବ୍ୟାଚ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାକୁ ତୟାର୍ ବିଜେଡି କର୍ମୀ । JSW ପ୍ରକଳ୍ପ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯିବ । ଆସନ୍ତା ୧୬ତାରିଖରେ JSW ପ୍ରକଳ୍ପ ଶୁଭ ଦେବାପାଇଁ ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ବେଳେ ଢିଙ୍କିଆରେ ବିରୋଧ କରାଯିବବୋଲି ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି ବିଜେଡ଼ି କର୍ମୀ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି କର୍ମୀ। କଳା ବ୍ୟାଚ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ବୋଲି ଚେତାବନି ଦିଆଯାଇଛି । JSW ଏ ପର୍ଯ୍ୟନ୍ତ ସଧାରଣ ଲୋକଙ୍କ ଦାବି ପୂରଣ କରିପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜୋରଦାର ବିରୋଧ କରିବାକୁ ସଜବାଜ ହେଉଛନ୍ତି ବିଜେଡି କର୍ମୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: