Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସରେ ବଢ଼ୁଛି ଅସନ୍ତୋଷ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସରେ ବଢ଼ୁଛି ଅସନ୍ତୋଷ

ଅର୍ଗସ ବ୍ୟୁରୋ:  ଆସନ ବଢ଼ିଲା ହେଲେ ଭୋଟ ପ୍ରତିଶତ କମିଲା । ୯ ରୁ ୯୦ କୁ ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା କଂଗ୍ରେସ ୧୪ ରେ ଅଟକି ଗଲା । ଆଉ ଗତ ସାଧାରଣ ନିର୍ବାଚନରେ 16 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ପୁଣି ଖସି 13. 26ରେ ସୀମତି ରହିଲା। ଏଭଳି ସ୍ଥିତିତରେ ପିସିସି ସଭାପତିଙ୍କ ଉପରେ କଂଗ୍ରେସ କର୍ମୀ ଙ୍କ କାଳିମାଡ ପରେ ସଭାପତି ପରିବର୍ତ୍ତନ ପାଇଁ ଦଳୀୟ ମହଲରେ ଜୋର ଧରିଛି ଚର୍ଚ୍ଚା । ରାଜ୍ୟରେ ଦଳ ର ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ କେନ୍ଦ୍ରୀୟ ନେତା ଅଜୟ ମାକନ ଓ ତାରିକ ଅନଓ୍ବାର ଙ୍କୁ ଦାୟୀତ୍ବ ଦିଆଯାଇଛି । ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ସଭାପତି ଙ୍କୁ ଦାବୀ କରିପାରନ୍ତି ବୋଲି ସୂଚନା ମିଳିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଦଳ ଭିତରେ ଆରମ୍ଭ ହେଲା ଦୋଷ ଠେଲା ଠେଲି । ଦଳ ବିରୋଧୀ କାମ କରିଥିବା ଦର୍ଶାଇ କଟକର ଜିଲ୍ଲା ସଭାପତି ମାନସ ଚୌଧୁରୀ ଙ୍କୁ ଦଳ ରୁ ବହିଷ୍କାର କରିଥିବା ବେଳେ କେଟ ବିକ୍ରିର ଅଭିଯୋଗ ଆଣିଥିଲେ ମାନସ । ସେହିପରି କଂଗ୍ରେସ ପ୍ରଚାର ଗାଡି ଓ ଗ୍ୟାରେଣ୍ଟି କାର୍ଡ ବଣ୍ଟା ହେବା ପାଇଁ ଆସିଥିବା ଟଙ୍କା ହେରଫେର ନେଇ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆସିଲା । ଦାୟୀତ୍ବ ରେ ଥିବା ନେତା ସଞ୍ଜୟ ତ୍ରୀପାଠୀଙ୍କୁ ଦଳରୁ ବହାର କରାଯାଇଥିବା ବେଳେ ମାମଲା ଥାନା ଯାଏ ଗଲା ।

ପିସିସି ସଭାପତି ପରିବର୍ତ୍ତନ ପାଇଁ କଂଗ୍ରେସ ରେ ଗୋଷ୍ଠୀ କନ୍ଦଳ କିଛି ନୂଆ ନୁହେଁ । ହେଲେ ଦଳ ଭିତରେ ଚାଲିଥିବା ବିଶୃଙ୍ଖଳା ର ପ୍ରଭାବ ସିଧା ସଳଖ ଦଳୀୟ ସଙ୍ଗଠନ ରେ ପଡିଛି । ରାଜ୍ୟରେ ଏଥର ସରକାର ବିରୋଧୀ ହାଓ୍ବା ବହିଥିବା ବେଳେ କଂଗ୍ରେସ କିନ୍ତୁ ଅଧିକାଂଶ ଆସନରେ ଅମାନତ ହରାଇଛି । ଏଭଳି ସ୍ଥିତି ରେ ସଙ୍ଗଠନ ନସଜାଡିଲେ ଆହୁରି ପଛକୁ ଠେଲି ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:  
 

Sponsored
Dissatisfaction is growing in the Congress over the election results | Argus News