|
logo
Live

Argus News - କେନ୍ଦ୍ର ଚାଉଳ, ବିଜେଡି ବ୍ରାଣ୍ଡିଂକୁ ନେଇ ତେଜୁଛି ଅସନ୍ତୋଷ

Odisha

କେନ୍ଦ୍ର ଚାଉଳ, ବିଜେଡି ବ୍ରାଣ୍ଡିଂକୁ ନେଇ ତେଜୁଛି ଅସନ୍ତୋଷ

Manini Pattanayak
Browse all articles by Manini Pattanayak
·2 years ago·2 min read
କେନ୍ଦ୍ର ଚାଉଳ, ବିଜେଡି ବ୍ରାଣ୍ଡିଂକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର:  ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର, କିନ୍ତୁ ଶ୍ରେୟ ନେବାକୁ ବିକଳ ବିଜେଡି ସରକାର। ବିଜେଡିର ଚାଉଳ ବ୍ରାଣ୍ଡିଂକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଉଛି ତୀବ୍ର ଅସନ୍ତୋଷ। କଟକ ଓ ବୌଦ୍ଧରେ ବ୍ୟାଗ୍ ପୋଡ଼ି ପ୍ରତିବାଦ କରିଛି ବିଜେପି। ପିଡିଏସ୍ କେନ୍ଦ୍ରରେ ବ୍ୟାଗ ବଣ୍ଟନକୁ ବିରୋଧ ସହ ଯୋଗାଣ ବିଭାଗ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ସାଧାରଣ ଜନତା। 
କଟକ ସହର ସମେତ ବାଲେଶ୍ବରରୁ ବୌଦ୍ଧ, ନୂଆପଡ଼ାରୁ ନରସିଂହପୁର ସବୁଠି ଆମ ଓଡିଶା ନବୀନ ଓଡ଼ିଶା ଛାପ ଥିବା ବ୍ୟାଗ ବଣ୍ଟନକୁ ଯୋରଦାର ବିରୋଧ୍। 24 ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ଚାଉଳ ଶ୍ରେୟର ଚାଲ୍ ବିରୋଧରେ ଗାଁ ଗାଁ ରେ ପ୍ରତିବାଦ। ଯୋଜନା ହାଇଜାକ ପ୍ରତିବାଦରେ ତାତିଲେ ସାଧାରଣ ଜନତା। ବାଲେଶ୍ଵର ଶୋଭାରାମପୂର ଅଞ୍ଚଳର ପିଡିଏସ୍ କେନ୍ଦ୍ରରେ ବ୍ୟାଗ ବଣ୍ଟନକୁ ବିରୋଧ ସହ ଯୋଗାଣ ବିଭାଗ ଅଧିକାରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଲୋକେ। 

ସେହିପରି କଟକ ନରସିଂହପୁର ବ୍ଲକ ବାଲିସାହି ଗାଁରେ ବି  ଆମ ଓଡିଶା ନବୀନ ଓଡ଼ିଶା ମାର୍କା ବ୍ୟାଗ ବଣ୍ଟନକୁ ନେଇ ଦେଖାଦେଇଥିଲା ଉତ୍ତେଜନା। ଯଦି ବ୍ୟାଗ୍ ଦେବ ଚାଉଳ ଭର୍ତ୍ତି ବ୍ୟାଗ ଦିଅବୋଲି, ନହେଲେ ଆମେ ବ୍ୟାଗ ନେବୁ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ଲୋକେ। ନୂଆପଡା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବି ପିଡିଏସ କେନ୍ଦ୍ରରେ ହିତାଧିକାରୀଙ୍କୁ ବ୍ୟାଗ ବଣ୍ଟନ ନେଇ ଦେଖାଦେଇଥିଲା ଅସନ୍ତୋଷ। କାମଧନ୍ଦା ଛାଡି ବ୍ୟାଗ ଖଣ୍ଡେ ପଇଁ ଦୂରଦୂରାନ୍ତରୁ ଆସିବାକୁ ପଡୁଥିବାରୁ ଲୋକେ ଖପ୍ପା। ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡ଼ିଶା ଛାପ ବାଲା ବ୍ୟାଗ୍ ବଣ୍ଟନକୁ ବିରୋଧ କରିଥିଲେ ବିଜେପି କର୍ମୀ । ଶନିବାର ଚିଲିକା ଅଞ୍ଚଳରେ ବିଜେପି କର୍ମୀ ଡିଲର ପଏଣ୍ଟରେ ଦିଆଯାଉଥିବା ଆମ ଓଡିଶା ନବୀନ ଓଡ଼ିଶା ମାର୍କା ବ୍ୟାଗ୍ ପୋଡ଼ିଥିଲେ। ରବିବାର କଟକର ଯୋବ୍ରା ଅଞ୍ଚଳରେ ବିଜେପି ନେତାଙ୍କ ସହ ସ୍ଥାନୀୟ କଂଗ୍ରେସ କର୍ପୋରେଟର ମଧ୍ୟ କଣ୍ଟ୍ରୋଲ ଦୋକାନରୁ ବ୍ୟାଗ ଆଣି ନିଆଁ ଲଗାଇଦେଇଥିଲେ। ବିଜେଡି ସରକାରଙ୍କ ଚାଉଳ ଚଞ୍ଚକତାକୁ ସାଧାରଣ ଲୋକେ ମଧ୍ୟ ବିରୋଧ କରିଥିଲେ.।

ପୂର୍ବରୁ  ବିଭନ୍ନ ସ୍ଥାନରେ ଚାଉଳ ବଣ୍ଟନ କେନ୍ଦ୍ରରେ ଲାଗିଥିବା ନବୀନ ପୋଷ୍ଟର ହଠାଇଥିଲେ ଲୋକେ। ମୋରଡା, ବଡ଼ମ୍ବା, ନିଆଳି  କୋଟପାଡ଼ ଆଠଗଡ ଓ ବୌଦ୍ଧରେ  ସାମନାକୁ ଆସିଥିଲା ମୋଦି ଚାଉଳରେ ନିଜ ନାଁ ଛାପି ଶ୍ରେୟ ନେବାକୁ ବିଜେଡି ସରକାରର ବ୍ୟାକୁଳତା।  ଜାତୀୟ ଖାଦ୍ୟ ସୁରକ୍ଷାରେ ଓଡିଶାର 3 କୋଟି 26 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ଚାଉଳ..  ରାଜ୍ୟ ଖାଦ୍ୟ ସୁରକ୍ଷାରେ ମିଳୁଛି ମାତ୍ର 9 ଲକ୍ଷ ଲୋକଙ୍କୁ ଚାଉଳ। 2029 ମସିହା ଯାଏ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବେ ମୋଦି। ଏଥିରେ ରାଜ୍ୟର ଟଙ୍କାଟିଏ ବି ଦେବାର ନାହିଁ। ହେଲେ ଶ୍ରେୟ ନେବା ଲାଳସାରେ ହିତାଧିକାରୀଙ୍କୁ ଶଙ୍ଖ ଚିହ୍ନ ବାଲା ଏ ବ୍ୟାଗ ଦେଇ ପୁଣି ଯୋଜନା ହାଇଜାକର ଚକ୍ରାନ୍ତ କରିଛନ୍ତି ନବୀନ ସରକାର। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେନ୍ଦ୍ର ଚାଉଳ, ବିଜେଡି ବ୍ରାଣ୍ଡିଂକୁ ନେଇ ତେଜୁଛି ଅସନ୍ତୋଷ | Argus News